ପ୍ରମୂଖ ଖବର

ହନୁମାନ ଜୟନ୍ତୀରେ ଦୁର୍ଲଭ ସଂଯୋଗ, ଏହି ରାଶିର ବ୍ୟକ୍ତିଙ୍କ ଖୋଲିବ ଭାଗ୍ୟ

Published By : prameya | April 9, 2025 2:54 PM

ଚେତ୍ର ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହନୁମାନ ଜୟନ୍ତୀ। ପୌରାଣିକ କଥା ଅନୁସାରେ,ଏହି ଦିନ ରାଜ କେଶରୀ ଓ ମାତା ଅଞ୍ଜନୀଙ୍କ ଘରେ ପ୍ରଭୁ ହନୁମାନଙ୍କ ଜନ୍ମ ହୋଇଥିଲା। ହନୁମାନଙ୍କ ସହ ଭଗବାନ ରାମ ଓ ମାତା ସୀତାଙ୍କ ପୂରଜା କରିବା ଶୁଭ ବୋଲି ବିବେଚନା କରାଯାଏ। ତେବେ ଚଳିତ ଥର ହନୁମାନ ଜୟନ୍ତୀ ଆସନ୍ତା ୧୨ ତାରିଖରେ ପାଳନ କରାଯିବ । ଆଉ ଏହି ଦିନ ଅନେକ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଏହି ସମୟରେ କିଛି ରାଶିଙ୍କୁ ହନୁମାନଙ୍କ   କୃପା ପ୍ରାପ୍ତି ହେବ । ଯେଉଁଥିରେ ସେହି ରାଶିର ବ୍ୟକ୍ତିଙ୍କ କ୍ୟାରିଅର ଓ ବ୍ୟବସାୟରେ ସଫଳତା ମିଳିବ । 

ପଞ୍ଚାଙ୍ଗ ଅନୁସାରେ, ହନୁମାନ ଜୟନ୍ତୀ ରବି,ଜୟ, ହସ୍ତ ଓ ଚିତ୍ରା ନକ୍ଷେତ୍ରରେ ପାଳନ କରାଯିବ । ଏହା ବ୍ୟତୀତ ଏହି ଦିନ ମୀନ ରାଶିରେ ବୁଧ,ଶୁକ୍ର, ଶନି, ରାହୁ ଓ ସୂର୍ଯ୍ୟ ବିରାଜିବେ । ଏଥିସହିତ ମୀନ ରାଶିରେ ବୁଦ୍ଧାଦିତ୍ୟ, ଶକ୍ରାଦିତ୍ୟ,ଲକ୍ଷ୍ମୀ ନାରାୟଣ ଓ ମାଲବ୍ୟ ରାଜଯୋଗ ହେବ । ଯାହାଦ୍ବାରା ଅନେକ ରାଶିଙ୍କୁ ମିଳିବ ଫାଇଦା ।

ବୃଷ ରାଶି: ହନୁମାନ ଜୟନ୍ତୀ ଦିନ ବୃଷ ରାଶିର ବ୍ୟକ୍ତିଙ୍କୁ ବଜରଙ୍ଗବଲିଙ୍କ କୃପା ମିଳିବ । ଅନେକ ଦିନ ଧରି ବାକି ରହିଥିବା କାମ କାର୍ଯ୍ୟକାରୀ ହେବ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହ ଧନ ଲାଭର ଯୋଗ ରହିଛି । 

ମିଥୁନ ରାଶି:ହନିମାନ ଜୟନ୍ତୀରେ ଦୁର୍ଲଭ ସଂଯୋଗ ହେବା ଦ୍ବାରା ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ ବିଶେଷ କୃପା ମିଳିବ। ରହିଯାଇଥିବା କାମ ପୂରଣ ହେବ । ଧନଲାଭର ଯୋଗ ରହିଛି । କ୍ୟାରିଅର ଓ ବ୍ୟବସାୟରେ ସଫଳତା ମିଳିବ । ପରିବାର ସହିତ ଭଲ ସମୟ ବିତାଇବେ । ଅଚାନକ ଧନଲାଭ ହେବ । ସମାଜରେ ମାନ ସମ୍ମାନ ଲାଭ ହେବ । 

କୁମ୍ଭ ରାଶି:ହନୁମାନ ଜୟନ୍ତୀ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ଆଣୁଛି। ଏହି ରାଶିର ବ୍ୟକ୍ତିଙ୍କୁ ଅପାର ଧନଲାଭ ହେବ । କ୍ୟାରିଅର କ୍ଷେତ୍ରରେ ମଧ୍ୟ ବିଶେଷ ଲାଭ ହେବ । ପୁଞ୍ଜି ନିବେଶ ପାଇଁ ଭଲ ଅଛି । ଧନଲାଭର ଯୋଗ ହେବାକୁ ଯାଉଛି । ପରିବାର ଓ ସାଙ୍ଗଙ୍କ ସହଯୋଗ ମିଳିବ । ଏହା ବ୍ୟତୀତ କୌଣସି ଖୁସି ଖବର ମିଳିପାରେ । 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.