ପ୍ରମୂଖ ଖବର

ମିଥୁନ ରାଶିରେ ପ୍ରବେଶ କରିବେ ବୃହସ୍ପତି, ବଦଳିବ ଏହି ୩ ରାଶିର ଭାଗ୍ୟ...

Published By : Harapriya Sethi | April 7, 2025 10:15 AM

ଶନିଦେବଙ୍କ ପରେ ଏବେ ଖୁବ୍‌ ଶୀଘ୍ର ରାଶି ପରିବର୍ତ୍ତନ କରିବେ ଗୁରୁ ଅର୍ଥାତ ବୃହସ୍ପତି । ଜ୍ୟୋତିଷଶାସ୍ତ୍ରରେ ବୃହସ୍ପତିଙ୍କୁ ସବୁଠାରୁ ବଡ଼ ଏବଂ ଶୁଭ ଗ୍ରହ ବୋଲି ବିବେଚନା କରାଯାଇଥାଏ । ବୃହସ୍ପତି ମଧ୍ୟ ଶନିଙ୍କ ଭଳି ଧୀର ଗତିରେ ଗତି କରିଥାନ୍ତି । ସେ ବର୍ଶକୁ ଥରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିଥାଏ ।ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଅଛନ୍ତି । ମେ୧୪ ତାରିଖରେ ବୃଷ ରାଶିରୁ ବାହାରି ବୁଧଙ୍କ ରାଶି ଅର୍ଥାତ ମିଥୁନ ରାଶିରେ ପ୍ରବେଶ କରିବେ । ଚଳିକ ବର୍ଷ ବୃହସ୍ପତି ବହୁତ ଅଶାନ୍ତ ରହିବେ କାରଣ ଏବର୍ଷ ୩ ଥର ରାଶି ପରିବର୍ତ୍ତନ କରିବେ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଯୋଗୁଁ, ଏହାର ପ୍ରଭାବ ଅନେକ ରାଶିର ଲୋକଙ୍କ ଉପରେ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ଶୁଭଫଳ ମିଳିବ ।

ମିଥୁନ ରାଶି-

ବୃହସ୍ପତିଙ୍କ ଏହି ଗୋଚର ମିଥୁନ ରାଶିରେ ହେବ । ରାଶିର ସପ୍ତମ ଓ ଦଶମ ଘରର ପ୍ରଭୁ ଅଟନ୍ତି ବୃହସ୍ପତି । ଏପରି ପରିସ୍ଥିତିରେ ବୃହସ୍ପତିଙ୍କ ଏହି ଗୋଚର ବହୁତ ଶୁଭ ଏବଂ ପ୍ରଭାବଶାଳୀ ପ୍ରମାଣିତ ହେବ । ଲଗ୍ନରେ ବସିଥିବା ଏହି ବୃହସ୍ପତି ଏହି ଘରଗୁଡ଼ିକ ଉପରେ ତାଙ୍କର ପଞ୍ଚମ, ସପ୍ତମ ଏବଂ ନବମ ଦୃଷ୍ଟି ପକାଇବେ । ଯାହା ଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କୁ ସନ୍ତାନର ସୁଖ ମିଳିଥାଏ। ଯେଉଁ କାମ ବହୁତ ଦିନ ଧରି ହୋଇପାରୁନଥିଲା, ତାହା ଏବେ ସମ୍ପୂର୍ଣ୍ଣ ହେବ। ସମସ୍ତ ଇଚ୍ଛା ମଧ୍ୟ ପୂରଣ ହେବ । ଯେଉଁମାନେ ବିବାହ କରିବାକୁ ଇଚ୍ଛୁକ, ସେମାନେ ବିବାହ କରିପାରିବେ। ସାମାଜିକରେ ଆପଣଙ୍କର ପଦ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ।

ସିଂହ ରାଶି-

ସିଂହ ରାଶିର ଲୋକଙ୍କ ପାଇଁ ପଞ୍ଚମ ଏବଂ ଅଷ୍ଟମ ଘରର ସ୍ୱାମୀ ବୃହସ୍ପତି ଆପଣଙ୍କ ଏକାଦଶ ଘରେ ଗୋଚର କରିବେ। ଏପରି ପରିସ୍ଥିତିରେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ। ଦୀର୍ଘ ଦିନ ଧରି ପଡ଼ି ରହିଥିବା କାମକୁ ସମାପ୍ତ କରିପାରିବେ । ଆପଣ ଋଣ ଦେଇଥିବା ଟଙ୍କା ଫେରି ପାଇପାରନ୍ତି । ଆପଣଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ବୃହସ୍ପତିଙ୍କ ବିଶେଷ କୃପା ସହିତ ଆପଣ ଶୀଘ୍ର ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ପାଇବେ। 

ତୁଳା ରାଶି-

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ବହୁତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ । ଏହି ରାଶି ପାଇଁ ତୃତୀୟ ଏବଂ ଷଷ୍ଠ ଘରର ସ୍ୱାମୀ ବୃହସ୍ପତି ଆପଣଙ୍କ ନବମ ଘରେ ଭ୍ରମଣ କରୁଛନ୍ତି। ନବମ ଘର ହେଉଛି ଭାଗ୍ୟର ଘର । ଯାହା ଯୋଗୁଁ ବ୍ୟକ୍ତିର ଭାଗ୍ୟକୁ ସମର୍ଥନ ମିଳିଥାଏ । ତେଣୁ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକଙ୍କ ପାଇଁ ବୃହସ୍ପତିଙ୍କ ଗୋଚର ବହୁତ ଲାଭଦାୟକ ପ୍ରମାଣିତ ହେବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.