ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ବରୁଥିନୀ ଏକାଦଶୀ ଦିନ ଆପଣାନ୍ତୁ ଏହି ଉପାୟ,ପରିବାରରେ ରହିବ ସୁଖ-ଶାନ୍ତି

Published By : prameya | April 15, 2025 1:37 PM

ହିନ୍ଦୁ ଧର୍ମରେ ଏକାଦଶୀ ଉପବାସର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେଥିରୁ ବରୁଥିନି ଏକାଦଶୀ ଅନ୍ୟତମ । ଯାହା ବୈଶାଖ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥିରେ ପାଳନ କରାଯାଏ। ବରୁଥିନୀ ଏକାଦଶୀର ଉପବାସ ଭଗବାନ ବିଷ୍ଣୁଙ୍କ ବରାହ ଅବତାରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହି ବ୍ରତ ପାଳନ କରିବା ଦ୍ୱାରା ବ୍ୟକ୍ତି ପାପରୁ ମୁକ୍ତି ପାଏ ଏବଂ ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଏହି ବ୍ରତ ସୌଭାଗ୍ୟ, ଧନ, ସମୃଦ୍ଧି ଏବଂ ପ୍ରସିଦ୍ଧି ପ୍ରଦାନକାରୀ ବୋଲି ବିବେଚନା କରାଯାଏ। ଏହି ଉପବାସର ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମୋକ୍ଷ ମଧ୍ୟ ପାଇପାରେ। ଯେଉଁମାନଙ୍କର ଚଳପ୍ରଚଳ କରିବାରେ ଅସୁବିଧା ହୁଏ, ସେମାନଙ୍କ ପାଇଁ ଏହି ଏକାଦଶୀ ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ।

ପଞ୍ଚାଙ୍ଗ ଅନୁସାରେ, ବୈଶାଖ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥି ୨୩ ଏପ୍ରିଲ ୨୦୨୫  ଅପରାହ୍ନ ୪ ଟା ୪୩ ମିନିଟରେ ଆରମ୍ଭ ହେବ । ପରଦିନ ଅର୍ଥାତ୍ ୨୪ ଏପ୍ରିଲ ୨୦୨୫ ଦିନ ୨ଟା ୩୨ମିନିଟରେ ଶେଷ ହେବ। ଉଦୟତିଥିଙ୍କ ଅନୁଯାୟୀ, ୨୪ ଏପ୍ରିଲ ଗୁରୁବାର ଦିନ ବରୁଥିନୀ ଏକାଦଶୀ ଉପବାସ ପାଳନ କରାଯିବ। ଏହାର ଉପବାସ ପରଦିନ ଅର୍ଥାତ ଶୁକ୍ରବାର  ସକାଳ ୫ଟା ୪୬ମିନିଟ ରୁ ୮ଟା ୨୩ମିନିଟରେ ଶେଷ ହେବ। ତେବେ ଦଶମୀ ତିଥି ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଭୋଜନ କରନ୍ତୁ ଏବଂ ରାତିରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ। ସେହିପରି ଏକାଦଶୀ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ଉପବାସ ଆରମ୍ଭ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ପୂଜା କରି ତାଙ୍କୁ ଫଳ, ଫୁଲ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରନ୍ତୁ। ଏହି ଦିନ ଫଳ ଆହର କରିପାରିବେ । 

ସେହିପରି ଦ୍ୱାଦଶୀ ଦିନ ସକାଳେ ସ୍ନାନ ପରେ ବ୍ରାହ୍ମଣମାନଙ୍କୁ ଭୋଜନ କରାଇବା  ସହ ଦାନ କରିବା ଉଚିତ୍।ବିଶ୍ୱାସ କରାଯାଏ ଯେ, ଭଗବାନ ବିଷ୍ଣୁଙ୍କ ପୂଜାରେ ଶଙ୍ଖ ବ୍ୟବହାର ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି ବିବେଚନା କରାଯାଏ। ବରୁଥିନୀ ଏକାଦଶୀ ଦିନ, ଯଦି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଶଙ୍ଖରେ ସ୍ନାନ କରାଯାଏ ଏବଂ ତାଙ୍କୁ ପୂଜା କରିବା ପରେ ଶଙ୍ଖ ଫୁଙ୍କି ଦିଆଯାଏ, ତେବେ ଭଗବାନ  ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ବାସ ରହିଛି। ସେହିପରି ଏହି ଏକାଦଶୀ ଦିନ, ପ୍ରଭୁ ବିଷ୍ଣୁଙ୍କ ପୂଜାରେ ଦିଆଯାଉଥିବା ନୈବେଦ୍ୟରେ ତୁଳସୀ ପତ୍ର ଅର୍ପଣ କରନ୍ତୁ, ଯାହାକୁ ହିନ୍ଦୁ ଧର୍ମରେ ବିଷ୍ଣୁପ୍ରିୟା କୁହାଯାଏ। ଭଗବାନ ବିଷ୍ଣୁଙ୍କ ପୂଜାରେ ହଳଦିଆ ରଙ୍ଗର ଜିନିଷ ବ୍ୟବହାରକୁ ବେଶ ଶୁଭ ବୋଲି ବିବେଚନା କରାଯାଏ। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.