ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ବନ୍ୟପ୍ରାଣୀଙ୍କୁ ଜଗିବେ ବେଲଜିଆନ୍‌ ମାଲିନୋସ୍‌, ଆସୁଛନ୍ତି ୧୨ ତାଲିମପ୍ରାପ୍ତ ସନ୍ଧାନୀ କୁକୁର ‌

ଭୁବନେଶ୍ୱର,୦୩/୧୦: ବନ ବିଭାଗର ଶକ୍ତି ବଢାଇବେ ଦେଶର ଅନ୍ୟତମ  ଶ୍ରେଷ୍ଠ ସନ୍ଧାନୀ କୁକୁର । ରାଜ୍ୟରେ ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ଦକ୍ଷ ବେଲଜିଆନ୍‌ ମାଲିନୋସ ପ୍ରଜାତିର ସନ୍ଧାନୀ କୁକୁର ଅଣାଯାଉଛି । ପ୍ରାରମ୍ଭିକ  ପର୍ଯ୍ୟାୟରେ ୧୨ଟି ତାଲିମପ୍ରାପ୍ତ ବେଲଜିଆନ୍‌ ମାଲିନୋସଙ୍କୁ ଓଡିଶା ଅଣାଯିବ ।  

ଶିମିଳିପାଳ, ସାତକୋଶିଆ, ଢେଙ୍କାନାଳର ହିନ୍ଦୋଳ, ଚନ୍ଦକା ଏବଂ ଦେବ୍ରିଗଡରେ  ସେମାନେ କଡା ପହରା ଦେବେ । ତେବେ ଗୋଟିଏ ବେଲଜିଆନ୍‌ ମାଲିନୋସ  କୁକୁରର ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ପ୍ରାୟ ୫  ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂତ୍ରରୁ ଜଣାପଡିଛି । ଏନେଇ  ଗତ ଅଗଷ୍ଟରେ ଟେଣ୍ଡର ହୋଇଥିଲା । ଟେଣ୍ଡରରେ କିଛି ବିଡର  ଭାଗନେଇଥିଲେ । ଅକ୍ଟୋବର ଶେଷ ସୁଦ୍ଧା ଏମାନେ ଓଡିଶା ଆସିବେ ବୋଲି ଜଣାପଡିଛି । ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା  ପ୍ରୟାସକୁ ସୁଦୃଢ କରିବାକୁ ବର୍ତ୍ତମାନ ଶିମିଳିପାଳରେ ୪ଟି ଏବଂ ସାତକୋଶିଆରେ ୩ଟି ଜର୍ମାନ୍‌ ସେଫର୍ଡ ଡଗ୍‌ ସ୍କ୍ୱାଡ୍‌ ନିୟୋଜିତ  ଅଛନ୍ତି । ତେବେ ଏମାନଙ୍କଠାରୁ ଆହୁରି ଦକ୍ଷ, ବୁଦ୍ଧିମାନ  ଏବଂ ଚତୁର ହେଉଛନ୍ତି ବେଲଜିଆନ୍‌ ମାଲିନୋସ  ପ୍ରଜାତି କୁକୁର । ବିଶେଷତଃ ଦେଶର ପ୍ରତିରକ୍ଷା,  ଆର୍ମୀ ଏବଂ ବନ ବିଭାଗ ଏହି ପ୍ରଜାତିର କୁକୁରଙ୍କୁ ସୁରକ୍ଷା ଓ ସନ୍ଧାନ କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଏମାନେ ଅତ୍ୟନ୍ତ ବିଶ୍ୱସ୍ଥ ଏବଂ କର୍ମଠ ତଥା ସକ୍ରିୟ  ହୋଇଥିବାରୁ ସୁରକ୍ଷାକର୍ମୀଙ୍କ ମନପସନ୍ଦର ସନ୍ଧାନୀ  କକୁର ମଧ୍ୟ ହୋଇଥାନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.