ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଧା ରାସ୍ତାରେ ଫାଟିଲା ୧୦୮ ଆମ୍ବୁଲାନ୍ସ ଚକା, ଦେଢ ଘଣ୍ଟା ଅଟକି ରହିଲେ ଗୁରୁତର ରୋଗୀ

Published By : Suraj Kumar | June 14, 2025 7:50 PM

ଢେଙ୍କାନାଳ,୧୪।୬: ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଢେଙ୍କାନାଳରୁ କଟକ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଚକା  ରାସ୍ତାରେ ଫାଟିଗଲା । ଅନ୍ୟ ଆମ୍ବୁଲାନ୍ସ ନଥିବାରୁ ପ୍ରାୟ ଦେଢ ଘଣ୍ଟା ଅଟକି ରହିଲେ ଗୁରୁତର ରୋଗୀ । ୫୫ ନଂ ଜାତୀୟ ରାଜପଥ ବଳଦିଆବନ୍ଧ ନିକଟରେ ଏପରି ଅଭିବନୀୟ ଘଟଣା ଘଟିଛି । 

ଡିଙ୍ଗୁଆ ଅଞ୍ଚଳର ରବି ବେହେରା (୪୦)   ଶନିବାର ଢେଙ୍କାନାଳ ଆସିଥିଲେ । ସହର ନିକଟ ଭଗବାନପୁର ନିକଟରେ ଏକ ବୁଲେଟ ଧକ୍କା ଦେବାରୁ ଗୁରୁତର ହୋଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଥିବାରୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ । ୧୦୮ ଆମ୍ବୁଲାନ୍ସରେ କଟକ ଯିବା ବେଳେ  ବଳଦିଆବନ୍ଧ ନିକଟରେ ଆମ୍ବୁଲାନ୍ସ ପଛ ଚକା ଫାଟି ଯାଇଥିଲା ।  ମରାମତି ସମ୍ଭବ ନହେବାରୁ ଅନ୍ୟ ଏକ ଆମ୍ବୁଲାନ୍ସ ପଠାଇବାକୁ ଆମ୍ବୁଲାନ୍ସ ଚାଳକ ଓ ରୋଗୀ ସମ୍ପର୍କୀୟ ଯୋଗାଯୋଗ କରିଥିଲେ ବି ଆମ୍ବୁଲାନ୍ସ ଆସିନଥିଲା । ସାଢେ ୩ଟାରୁ ୫ଟା ପର୍ଯ୍ୟନ୍ତ ଅଟକି ରହିବା ପରେ ବହୁ କଷ୍ଟରେ  ଗାଡିଟି ମରାମତି କରି ଯାଇଥିବା ଜଣାଯାଇଛି । ଏତେ ସମୟ ଅଟକି ରହିବା ମଧ୍ୟରେ ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ଜୀବନ ମରଣ ସହ ରୋଗୀ ଓ ସମ୍ପର୍କୀୟ ଛଟପଟ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.