ମହାବିରୋଡ଼,୧୫/୫: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ବାଟଗାଁ-କଙ୍କଡାହାଡ଼ ରାସ୍ତାରେ ବନ୍ୟଜନ୍ତୁ ଶିକାରୀଙ୍କୁ ମାଡିବସିଲା ବନବିଭାଗ l ବାରହା ମାଂସ, ମୃତ ଗୋଧି ଓ ଏକ ସ୍କର୍ପିଓ ଗାଡିକୁ ଜବତ କରିଛି। ଏଥି ସହ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିକୁଳ ମୁଣ୍ଡା(୨୦), ବିକ୍ରମ ମୁଣ୍ଡା(୨୨), ଭରତ ମୁଣ୍ଡା(୧୮), ତୁରମ ମୁଣ୍ଡା(୨୦) ଓ ସରୋଜ ମୁଣ୍ଡା(୧୭) l
ସମସ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ପୁରୁଯୋଡ଼ା ଅଞ୍ଚଳରେ। ସେମାନଙ୍କ ଠାରୁ ୧୦ କେଜି ବାରହା ମାଂସ, ଗୋଟିଏ ମଲା ଗୋଧି, ଏକ ସ୍କର୍ପିଓ ଗାଡି ଓ ଶିକାରରେ ବ୍ୟବହୃତ ଦୁଇଟି ବର୍ଚ୍ଛାକୁ ଜବତ କରିଛି ବନବିଭାଗ l