ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

INDIA ଗଠବନ୍ଧନରେ ଏକତା ବଜାୟ ରଖିବା ସହଜ ନୁହେଁ : କେଜ୍ରିୱାଲଙ୍କ ମନ୍ତ୍ରୀଙ୍କର ଟିପ୍ପଣୀ

ନୂଆଦିଲ୍ଲୀ : ଗତ ଦିନରେ ବିରୋଧି ଦଳଙ୍କ ଗଠବନ୍ଧନ INDIAର ମୁମ୍ୱାଇରେ ହୋଇଥିବା ବୈଠକକୁ ନେଇ ଅନେକ ବିଶ୍ଳେଷଣ ସାମନାକୁ ଆସି ସାରିଛି। କିଛି ବିଶ୍ଳେଷକ ଏହାକୁ ଫ୍ଲପ୍‌ ତ କିଛି ହିଟ୍‌ କହିଛନ୍ତି। କିନ୍ତୁ ମଝି ମଝିରେ  ଆସୁଥିବା ନେତାଙ୍କ ଅଜବ ଗଜବ ବୟାନ ପୂରା ଡ୍ରିଲ୍‌ ଉପରେ ପ୍ରଶ୍ନକାରୀଙ୍କ ପାଇଁ ଟାର୍ଗେଟ କରିବାକୁ ସୁବିଧା ହୋଇଛି। ତାଜା ବୟାନ ଦେଇଛନ୍ତି ଆପ୍‌ ନେତା ସୌରଭ ଭରଦ୍ୱାଜ ।

 ସୌରଭ ଭରଦ୍ୱାଜ ରବିବାର କହିଛନ୍ତି , INDIA ଗଠବନ୍ଧନ ପାଇଁ ଏକାଠି ରହିବା ସହଜ ହେବ ନାହିଁ , କିନ୍ତୁ ଯଦି ସେ ଏମିତି କରିବାରେ ସଫଳ ହୁଅନ୍ତି ତ ୨୦୨୪ ର ଲୋକସଭା ନିର୍ବାଚନରେ ବିଜେପି ହାରିଯିବ।

 ଦେଶର ରାଜଧାନୀ ଦିଲ୍ଲୀରେ ଇଣ୍ଡିଆନ ସ୍କୁଲ ଅଫ୍‌ ଡେମୋକ୍ରେସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୌରଭ ଭରଦ୍ୱାଜ ଦାବି କରି କହିଛନ୍ତି କି, ଅନେକ ଦଳ ଯେଉଁମାନେ ବିଜେପି ନେତୃତ୍ୱର ଏନଡିଏର ସଦସ୍ୟ ,ଆଗାମୀ ଦିନରେ ବିରୋଧି ଇଣ୍ଡିଆ ଗ୍ରୁପ୍‌ରେ ମଧ୍ୟ ସାମିଲ ହୋଇଯିବେ। ବିଜେପି ନେତା ଜୟବୀର ଶେରଗିଲ ଦାବି କରିଛନ୍ତି କି, ଇଣ୍ଡିଆ ବ୍ଲକ୍‌ର ଘଟକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନିଜର ଘୃଣା ଭାବ ଯୋଗୁଁ ଏକାଠି ହୋଇଛନ୍ତି। ଏହା ଅନେକ ମାମଲାରେ ତାଙ୍କର ବିଚାର ଅଲଗା ଅଲଗା ରହିଛି। 

 ବିଜେପି ନେତା ଜୟବୀର ଶେରଗିଲ କହିଛନ୍ତି କି ବିରୋଧି ଗଠବନ୍ଧନ ତିଷ୍ଠି ପାରିବ ନାହିଁ । ଏହାର ଜବାବରେ ସୌରଭ ଭରଦ୍ୱାଜ କହିଛନ୍ତି ,ବିରୋଧି ଗଠବନ୍ଧନ ଇଣ୍ଡିଆରେ ସବୁ ଦଳକୁ ବଳିଦାନ ଦେବାକୁ ହେବ। ଇଣ୍ଡିଆ  ଗଠବନ୍ଧନ ପାଇଁ ଏକାଠି ରହିବା ସହଜ ନୁହେଁ କିନ୍ତୁ ଯଦି ବିରୋଧି ଦଳମାନେ ଏକାଠି ହୋଇଯାନନ୍ତି ତ ମୋଦି ଜୀ ଆଉ ଫେରି ପାରିବେ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.