ଖଲ୍ଲିକୋଟ,୦୭/୧୧: ଦୁଇ ଦିନ ହେଲା ନିଖୋଜ ହୋଇଥିଲେ ବୃଦ୍ଧ । କୂଅରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ମୃତକ ତୁଳସୀପୁର ପଞ୍ଚାୟତର କଦଳୀ ବସନ୍ତ ଗାଁର ବାଞ୍ଛା ନାହାକ ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ର କଦଳୀ ବସନ୍ତ ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କଦଳୀ ବସନ୍ତ ଗାଁର ବାଞ୍ଛା ନାହାକ ଦୁଇ ଦିନ ହେଲା ନିଖୋଜ ଥିଲେ । ବୃଦ୍ଧଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ସତ୍ତ୍ବେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ତେବେ ଗୁରୁବାର ସକାଳୁ ଗାଁର ମହିଳା ମାନେ କୂଅରୁ ପାଣି ନେବା ପାଇଁ ଆସିଥିଲେ । ଏହି ସମୟରେ କୂଅରେ ଏକ ମୃତଦେହ ଭାସୁଥିବା ମହିଳାମାନେ ଦେଖିଥିଲେ । ଏହା ଦେଖି ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ସେଠାରେ ପହଞ୍ଚି ମୃତଦେହକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।