ପ୍ରମୂଖ ଖବର
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସରକାରଙ୍କ ବଦଳି ନିୟମ ବାଟବଣା , ଦୀର୍ଘଦିନ ଧରି ଚୌକି ଛାଡ଼ୁନାହାନ୍ତି ବାବୁ

Published By : Prameya | March 25, 2025 12:44 AM

 ବାଲେଶ୍ୱର,୨୪ା୩(ଆ.ପ୍ର): ସରକାରୀ ଚାକିରିରେ ସ୍ୱଚ୍ଛତା ଆଣିବା ପାଇଁ ବଦଳି ନିୟମ ରହିଛି । ଚତୁର୍ଥଶ୍ରେଣୀରୁ ଉପରିସ୍ଥ କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଏହି ନିୟମ ଆଧାରରେ ପ୍ରତି ତିନିବର୍ଷ ଅନ୍ତରରେ ବଦଳି କରଯାଉଛି । କିନ୍ତୁ ବାଲେଶ୍ୱରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଉଦାହରଣ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟକୁ ନିଆଯାଇପାରେ । ସେଠାରେ ଦୀର୍ଘ ବର୍ଷ ଧରି ଅନେକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହା ସତ୍ତେ୍ୱ ସେମାନଙ୍କ ବଦଳି ଅନ୍ୟତ୍ର ହେଉନି । ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । ଏହାକୁ ନେଇ ଅସନ୍ତୋଷର ଦାନା ମଧ୍ୟ ବାନ୍ଧୁଛି । ଦୀର୍ଘଦିନ ଧରି ଜଣେ ବ୍ୟକ୍ତି କୌଣସି ଗୋଟିଏ ପଦବିରେ ରହିଲେ ସ୍ୱେଚ୍ଛାଚାରିତା ବୃଦ୍ଧିପାଏ । ଫଳରେ ସାଧାରଣ ଲୋକଙ୍କୁ ସରକାରୀ ସେବା ଠିକ୍‌ ଭାବେ ମିଳେନି । ସରକାରଙ୍କ ଆଭିମୁଖ୍ୟ ମଧ୍ୟ ପୂରଣ ହୁଏନି । ଏଭଳି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୯୧ ବଦଳି ନିୟମ କରିଛନ୍ତି । 

ଏହି ନିୟମରେ ସମସ୍ତ ସରକାରୀ କର୍ମଚାରୀଙ୍କ ବଦଳି ହେଉଛି । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହା କାମ କରୁନି । ଏହି କାର୍ଯ୍ୟାଳୟରେ କର୍ମଚାରୀମାନେ ୨୦ ବର୍ଷ ଧରି ଚୌକି ମାଡ଼ି ବସିଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ନେଇ ପ୍ରତିଦିନି ଜିଲ୍ଲାର ସବୁ ଅଞ୍ଚଳରୁ ଲୋକ ଆସୁଛନ୍ତି । ସେଠାରେ ଥିବା କିଛି ବାବୁ ମାନମାନିର ଶିକାର ହେବା ସହ ବାରମ୍ବାର ନିରାଶ ହୋଇ ଫେରୁଥିବା କିଛି ଲୋକ ଅଭିଯୋଗ କରିଛନ୍ତି । ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀ ୩ରୁ ଊଦ୍ଧ୍ୱର୍ ବର୍ଷ ହେବ କାର୍ଯ୍ୟ କରୁଛନ୍ତି³ ସେନେଇ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ତଥ୍ୟ ଲୋଡ଼ାଯଇଥିଲା । ଏଥିରେ ସମସ୍ତଙ୍କୁ ଚମକାଇ ଦେବା ଭଳି ତଥ୍ୟ ମିଳିଛି । ଏହି କାର୍ଯ୍ୟାଳୟରେ ୧୯ଜଣ କର୍ମଚାରୀ ଅଛନ୍ତି³ ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ।   ତଥ୍ୟ ମୁତାବକ, ସେହି କାର୍ଯ୍ୟାଳୟରେ ଜଣେ ଅଧିକାରୀଙ୍କ ସମେତ ଅନ୍ୟ ସମସ୍ତେ ଜୁନିଅର ଆସିଷ୍ଟାଣ୍ଟ, ସିନିଅର ଆସିଷ୍ଟାଣ୍ଟ ଅଛନ୍ତି । ସେମାନେ ସବୁ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । 

ଏହି ଅଧିକାରୀଙ୍କ ସମେତ ଅନ୍ୟ ଦୁଇଜଣ ବରିଷ୍ଠ ସହଯୋଗୀ ଅଛନ୍ତି³ ଯେଉଁମାନେ କି ୨୦ ବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରିଆସୁଛନ୍ତି । ୨ଜଣ ୧୭ ବର୍ଷ, ଜଣେ ୧୨ ବର୍ଷ, ୨ଜଣ ୭ ବର୍ଷ, ୩ ଜଣ ୫ ବର୍ଷ, ୨ଜଣ ୧୫ ବର୍ଷ, ଜଣେ ୪ ବର୍ଷ ର୍, ଜଣେ ୧୮ ବର୍ଷ, ଜଣେ ୩ ବର୍ଷ, ୨ ଜଣ ୯ବର୍ଷ ଧରି ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ଆସିବା ସତ୍ତେ୍ୱ ସେମାନଙ୍କ ବଦଳି ଅନ୍ୟତ୍ର ନ ହେବା ସମସ୍ତଙ୍କୁ ଚକିତ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ସମସ୍ୟା ନେଇ ସହର କିଛି ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯାଇଥିଲା । ସେମାନଙ୍କ କହିବା କଥା ଜିଲ୍ଲାପାଳଙ୍କ ନଜରରେ ଏହି କାର୍ଯ୍ୟାଳୟ ଅଛି । ଏହା ସତ୍ତେ୍ୱ ସେଠାରେ କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ କାର୍ଯ୍ୟାଳୟରେ ଚୌକି ମାଡ଼  ବସିବା ଘଟଣା ତାଙ୍କ ନଜରକୁ ନ ଆସିବା ସମସ୍ତଙ୍କୁ ଚକିତ କରିଛି । ଏସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିବା ସହ ସେଠାରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଲୋକ ନିଶ୍ଚିତ ଭଲ ସେବା ପାଇପାରନ୍ତେ ବୋଲି ସେମାନେ ମତ ଦେଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୋପିନାଥ ପରିଡ଼ାଙ୍କ ସହ ଆଲୋଚନା କରାଯଇଥିଲା । ବଦଳି ସମୟ ଆସିଲେ ଯାଇ ବଦଳି ହେବ । ମଝିରେ ବଦଳି ହୋଇପାରିବନି ବୋଲି ସେ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.