ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଶିକ୍ଷୟିତ୍ରୀଙ୍କ ଚେଙ୍କ ଚିକିତ୍ସା : ଛାତ୍ରୀଙ୍କୁ କାମୁଡିଲା ବିରୁଡି, ବେକରେ ଚେଙ୍କ ଦେଲେ ଶିକ୍ଷୟିତ୍ରୀ

ଖୋର୍ଦ୍ଧା, ୨।୧୨ :  ସଚେତନତା ଅଭାବ ଓ ଅନ୍ଧବିଶ୍ବାସ ପାଇଁ  ଆଦିବାସୀ ବହୁଳ ଅଞ୍ଚଳରେ ଚେଙ୍କ ଚିକିତ୍ସା ଦେଖିବାକୁ ମିଳିଥାଏ। ସାମାନ୍ୟ କଣ ରୋଗ ହେଲେ ସେଠାରେ  ଡାକ୍ତରଖାନା ଯିବା ପରିବର୍ତେ ଚେଙ୍କ ଚିକିତ୍ସା କରିଥାନ୍ତି। କିନ୍ତୁ ଖୋଦ ରାଜଧାନୀର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଚିକିତ୍ସା ଦେଖିବାକୁ ମିଳିଛି। ଅନ୍ୟକୁ ସଚେତନ  କରିବା ଯାହାର ଦାୟିତ୍ବ ସେ ଏହି ଚିକିତ୍ସା କରିଛନ୍ତି।ବିରୁଡି କାମୁଡିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଛୁରୀ ତତାଇ ଚେଙ୍କ ଜଣେ ଶିକ୍ଷୟିତ୍ରୀ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅସରଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ।   

ଶୁକ୍ରବାର  ଚତୁର୍ଥ ଶ୍ରେଣୀର ଜଣେ  ଛାତ୍ରୀ  ବିଦ୍ଯାଳୟରେ ସାଙ୍ଗ ପିଲାଙ୍କ  ସହ ଖେଳୁଥିଲେ।  ହଠାତ  ଏକ ବିରୁଡି ତାଙ୍କ କାନ୍ଧକୁ କାମୁଡି ଦେଇଥିଲା  ଯାହା ଫଳରେ ପ୍ରବଳ ବିନ୍ଧା ହୋଇଥିଲା । ସେ ଦିଦିଙ୍କୁ କହିବାରୁ ଦିଦି ତାଙ୍କୁ ମେଡିକାଲ ନେବା ପରିବର୍ତେ ଗ୍ଯାସ ଚୁଲାରେ ଏକ ଛୁରୀକୁ ତତାଇ ଛାତ୍ରୀଙ୍କ ବେକରେ ଚେଙ୍କ ଦେଇଥିଲେ । ଆଉ ଚେଙ୍କ ଦେବା ପରେ ତାହା ଅତ୍ଯଧିକ ପୋଡାଜଳା ହେବା ସହ ଫୋଟକା ହୋଇଯାଉଥିଲା । ଘଟଣା ସଂର୍ପକରେ ବାପା ମା’ଙ୍କୁ ଛାତ୍ରୀ ଜଣଙ୍କ ଜଣାଇଥିଲା।  ।  ସମ୍ପୃକ୍ତ ଶିକ୍ଷୟିତ୍ରୀ ବିରୁଦ୍ଧରେ ଦୁଢ କାର୍ଯାନୁଷ୍ଠାନ ପାଇଁ ଦବି କରିଛନ୍ତି ଅଭିଭାବକ । ସେପଟେ ଘଟଣା ସଂପର୍କ ସ୍କୁଲ ପ୍ରଧାନ ଶିକ୍ଷକ କହିଛନ୍ତି ଏଭଳି ଘଟଣା ଘଟିବା ଦୁଖଦୟକ । ସେହିପରି ଚେଙ୍କ ଦେଇଥିବା ସମ୍ପୃକ୍ତ ଶିକ୍ଷୟତ୍ରୀ କହିଛନ୍ତି ମୁଁ କୌଣସି ଉଦେଶ୍ୟ ରଖି ଏପରି କରିନାହିଁ । 

ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଦେଇଛନ୍ତି । ବୋଲଗଡ ବିଇଓ ଙ୍କୁ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ  ନିଦ୍ଦେର୍ଶ ଦେଇଛନ୍ତି।  

ଆହୁରି ପଢନ୍ତୁ : କୋଏଲ ନଦୀରେ ବୁଡିଗଲେ ୨ ନାବାଳକ : ଜଣେ ମୃତ, ଜଣେ ନିଖୋଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.