ପ୍ରମୂଖ ଖବର
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ବିରିଡ଼ି ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ! ୩ ଘଣ୍ଟା ନିର୍ଯାତନା ନେଇ ଏସ୍‌ପି ଏବଂ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ଅଭିଯୋଗ

Published By : Manoj | August 6, 2025 10:50 AM

ଜଗତସିଂହପୁର,୦୬/୦୮: ଥାର୍ଡ ଡିଗ୍ରୀକୁ ନେଇ ଚର୍ଚ୍ଚାକୁ ଆସିଛି ବିରିଡ଼ି ଥାନା । ପୁଲିସର ଲାଠିମାଡ଼ରେ ଆହତ ବିରିଡ଼ି ବାଲିଆ (କୃତିବାସପାଟଣା) ଅଞ୍ଚଳର  ପାର୍ଥସାରଥୀ ଦାସ(୪୧) ନ୍ୟାୟ ଆଶାରେ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ଦେବା ସହିତ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଛନ୍ତି ।   

ତାଙ୍କ ଅଭିଯୋଗ ମୁତାବକ, ଗତ ମାସ ୨୫  ତାରିଖ ଅପରାହ୍ନ ୧ଟାରେ ବିରିଡ଼ି ବ୍ଲକ କାର୍ଯ୍ୟାଳୟରେ ତିର୍ତ୍ତୋଲ ବିଧାୟକଙ୍କ ଦ୍ୱାରା ଏକ ବୈଠକ ହୋଇ ସାରିଥିଲା। ପରେ ପାର୍ଥସାରଥୀ ନିଜର ଜଣେ ବନ୍ଧୁଙ୍କ  ସହ କାର୍ଯ୍ୟାଳୟ ପରିସରକୁ ଯାଇ ଏକ ବିଲ୍‌  ବାବଦରେ ଆଲୋଚନା କରିଥିଲେ । ଏହି ସମୟରେ  କିଛି ବିଶୃଙ୍ଖଳିତ ଯୁବକ କୌଣସି କାରଣ ନଥାଇ  ପାର୍ଥସାରଥୀଙ୍କ ସାର୍ଟକୁ ଚିରି ମାରି ଲହୁଲୁହାଣ କରି ଦେଇଥିଲେ । ଏଭଳି ଅତର୍କିତ ଆକ୍ରମଣର ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ବିରିଡ଼ି ଥାନାଧିକାରୀ ସବ୍ୟସାଚୀ ରାଉତ ପାର୍ଥସାରଥୀଙ୍କୁ ଠେଲି ପୁଲିସ ଗାଡ଼ିରେ ଥାନାକୁ ନେଇ ଆସିଥିଲେ ।

ପାର୍ଥସାରଥୀ ବ୍ଲକ୍‌ରେ ଛୋଟ ଛୋଟ କାର୍ଯ୍ୟ କରି ପରିବାର ପ୍ରତିପୋଷଣ  କରୁଥିଲେ।  ବ୍ଲକ୍‌ ଗଣ୍ଡଗୋଳରେ ସଂପୃକ୍ତ ନଥିବା  ସତ୍ତେ୍ୱ ଥାନାଧିକାରୀ ଶ୍ରୀ ରାଉତ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ମାଡ଼ ମାରିଥିଲେ ବୋଲି ସେ  ଅଭିଯୋଗ କରିଛନ୍ତି । ଶାରୀରିକ ନିର୍ଯାତନା ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ଚିତ୍କାର ବାହାରର କିଛି ଲୋକ ଶୁଣିଛନ୍ତି ମଧ୍ୟ ।  

ଥାନା ଭିତରୁ ଚିତ୍କାର ଆସୁଥିବା ଜାଣି ସେମାନେ ସେ ଦିଗକୁ ପାଦ ବଢ଼ାଇବାରୁ ଥାନାଧିକାରୀ ଶ୍ରୀ ରାଉତଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗପତ୍ରରେ  ଉଲ୍ଲେଖ କରିଛନ୍ତି ପାର୍ଥସାରଥୀ । ତିନି ଘଣ୍ଟା ଧରି  ପୁଲିସର ଅମାନବୀୟ ଅତ୍ୟାଚାରକୁ ସହିବା ପରେ  ସେ ଅସୁସ୍ଥ ହୋଇପଡ଼ିଥିଲେ । ଉକ୍ତ ଦିନ ଅପରାହ୍ନ  ସାଢ଼େ ଚାରିଟାରେ ଜଣେ ସଂପର୍କୀୟଙ୍କ ଜିମାରେ  ପାର୍ଥସାରଥୀଙ୍କୁ ଛାଡ଼ି ଦେଇଥିଲା ବିରିଡ଼ି ପୁଲିସ । ଅସୁସ୍ଥ  ଥିବାରୁ ପାର୍ଥସାରଥୀ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ  ସେବନ କରିଥିଲେ । ଯନ୍ତ୍ରଣା ଉପଶମ ନହେବାରୁ ଗତ  ୨ ତାରିଖରେ ପାର୍ଥସାରଥୀ ଜଗତସିଂହପୁର ମୁଖ୍ୟ  ଡାକ୍ତରଖାନାକୁ ଆସିଥିଲେ । ଏଠାରେ ଉପସ୍ଥିତ ଡାକ୍ତର  ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ  ପରାମର୍ଶ ଦେଇଥିଲେ । ସେଇଦିନ ରାତି ୧୧ଟା ସୁଦ୍ଧା  କଟକ ବଡ଼ ଡାକ୍ତରଖାନାରେ ପାର୍ଥସାରଥୀ ଭର୍ତ୍ତି  ହୋଇଥିଲେ । ସେଠାରୁ ଚିକିତ୍ସିତ ହୋଇ ଆସିଥିଲେ  ସୁଦ୍ଧା ପୁଲିସର ନିର୍ଘାତ ମାଡ଼ର ଯନ୍ତ୍ରଣା ଦୂର ହୋଇନାହିଁ ।  ଅସହ୍ୟ ଯନ୍ତ୍ରଣା ସହିବାକୁ ପଡ଼ୁଛି । ବିରିଡ଼ି ପୁଲିସର  ଏପ୍ରକାର ବର୍ବର ମାଡ଼ ଓ ଅକଥନୀୟ ବ୍ୟବହାର  ମାନବିକ ଅଧିକାରକୁ କ୍ଷୁଣ୍ଣ କରିଥିବାରୁ ପାର୍ଥସାରଥୀ  ନ୍ୟାୟ ଦାବି କରିଛନ୍ତି । ତେବେ ଘଟଣା ସଂପର୍କରେ  ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ପଚାରିବାରୁ  ସେମିତି କିଛି ଅଭିଯୋଗ ସେ ଜାଣିନଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.