ପ୍ରମୂଖ ଖବର
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

କଇଁଛ ବୋଝେଇ ବୋଲେରୋ ଜବତ, ୩ ଗିରଫ

Published By : Rasmita Pradhan | August 6, 2025 10:45 AM

କାଲିମେଳା, ୦୬/୦୮ : ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗକୁ ବଡ଼ ସଫଳତା। କୋଣ୍ଟା ବ୍ରିଜ ଉପରୁ କଇଁଛ ବୋଝେଇ ବୋଲେରୋ ଜବତ। ୧୦୭୮ଟି କଇଁଛ ଉଦ୍ଧାର ହେବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୋଟୁ ବନ ବିଭାଗ। 

ସୂଚନାନୁଯାୟୀ, ମାଲକାନଗିରି ବନାଧିକାରୀ ସାଇ କିରଣ ଡିଏନ କଇଁଛ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ। ସୋମବାର ବିଳମ୍ବିତ ରାତିରେ ମୋଟୁ ବନ ବିଭାଗର ୨ଟି ଟିମ୍‌କୁ ଛତିଶଗଡ଼ର କୋଣ୍ଟା ବ୍ରିଜ୍ ଏବଂ ମୋଟୁ ବ୍ରିଜ୍ ନିକଟରେ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ମୋଟୁ ମୁଖ୍ୟ ବନପାଳ ମୁରଲୀଧର ଅନୁଗୁଳିଆ କୋଣ୍ଟା ବ୍ରିଜ ଉପରେ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ଅଟକାଇଥିଲେ। ଗାଡିଟିକୁ ଯାଞ୍ଚ କରିବା ବେଳେ ଉକ୍ତ ଗାଡିରୁ ପାଖାପାଖି ୧୦୭୮ଟି କଇଁଛ ଉଦ୍ଧାର ହୋଇଥିଲେ। ସେଥିରୁ ୯୧୦ଟି ଜୀବନ୍ତ କଇଁଛ ଥିବା ବେଳେ ୧୬୮ଟି ମୃତ କଇଁଛ ରହିଥିଲେ। 

କଇଁଛ ଚୋରା ଚାଲାଣ ଅଭିଯୋଗରେ ମୋଟୁ ବନ ବିଭାଗ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ସୁକମା ଜିଲ୍ଲା ଦରନାପାଲ ଅଞ୍ଚଳର ଯୁଗଳ ଚନ୍ଦ୍ର ଦେ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଏମଭି-୭୯ ଥାନା ଅନ୍ତର୍ଗତ ସୁକୁମାର ତରଫଦାର ଏବଂ ବିଶ୍ୱନାଥ ମଣ୍ଡଳ ବୋଲି ଜଣାପଡିଛି। ତେବେ ସେମାନେ ଏହି କଇଁଛ ଗୁଡିକୁ ଆନ୍ଧ୍ରପ୍ରଦେଶରୁ ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୬୫ ଗ୍ରାମକୁ ଖାଇବା ଏବଂ ବିକ୍ରୟ ଉଦ୍ଦେଶ୍ୟରେ ଚାଲାଣ କରୁଥିବା ମୋଟୁ ବନ ବିଭାଗ ସୂଚନା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.