କୋଣାର୍କ,୦୭/୦୮: ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ । ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରାଯାଉଛି। ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜୁ ଜନତା ଦଳ । ଯାହାର ପ୍ରଭାବ ଦେଖିବାକୁ ମିଳିଛି ପର୍ଯଟନସ୍ଥଳୀ କୋଣାର୍କରେ । ଏହି ବନ୍ଦ ଯୋଗୁଁ ପର୍ଯ୍ୟଟକଶୂନ୍ୟ ହୋଇପଡିଛି କୋଣାର୍କ ଓ ଚନ୍ଦ୍ରଭାଗା।
କୋଣାର୍କ ନଗର ବିଜେଡି ପକ୍ଷରୁ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାରାଣୀ ସ୍ବାଇଁ,ଶତୃଜିତ ନାୟକ,ପ୍ରତାପ ଗୋଚ୍ଛାୟତ, ସୁଶାନ୍ତ ବେଉରା ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇ ଥାନା ଛକ ବିଜେଡି କାର୍ଯ୍ୟାଳୟ ପରିସରରୁ ଶୋଭାଯାତ୍ରାରେ ବାହାରିଛନ୍ତି। ବାଲେଶ୍ଵରର ସ୍ୟୋମ୍ୟାଶ୍ରୀ ଓ ବଳଙ୍ଗା ପିଡୀତାକୁ ନ୍ୟାୟ ଓ ସରକାର ବିରୁଦ୍ଧରେ ସ୍ଲୋଗାନମାନ ଦେଇ ସୂର୍ଯ୍ୟମନ୍ଦିର ଟିକେଟ କାଉଣ୍ଟର ଓ ମୁଖ୍ୟ ପ୍ରବେଶ ପଥ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ବତଃପ୍ରବୃତ ଭାବେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିବାବେଳେ କୋଣାର୍କର ସମସ୍ତ ଦୋକାନ ବଜାର ଆଦି ବନ୍ଦ ରହିଛି।