ପ୍ରମୂଖ ଖବର
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ପଟ୍ଟାମୁଣ୍ଡାଇରେ ଯୁବତୀ ଆତ୍ମାହୁତି ଘଟଣା : ପୀଡ଼ିତାଙ୍କ ବାପାଙ୍କ ଚାଞ୍ଚଲ୍ୟକର ବୟାନ, ଜଳିଗଲେ ନା ଜାଳିଦେଲେ ? ବଢିଲା ସସପେନ୍ସ...

Published By : Rasmita Pradhan | August 7, 2025 2:16 PM

ପଟ୍ଟାମୁଣ୍ଡାଇ, ୦୭/୦୮ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଯୁବତୀ ଆତ୍ମାହୁତି ଘଟଣା। ବଢିଲା ସସପେନ୍ସ। ଚାଞ୍ଚଲ୍ୟକର ବୟାନ ଦେଲେ ପୀଡ଼ିତାଙ୍କ ବାପା। ସେ କହିଛନ୍ତି, 'ଝିଅ ବନ୍ଧା ହୋଇ ପୋଡ଼ି ମରିଛି। ଇଲେକ୍ଟ୍ରି ତାର ବନ୍ଧା ଯାଇଥିବା ଅନୁମାନ କରୁଛି। ଏହି ବୟାନ ପରେ ପୀଡ଼ିତା ନିଜେ ପୋଡ଼ି ହୋଇ ମରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ବାପା ଆହୁରି କହିଛନ୍ତି ଯେ, ସେ ପୁଅ ବାରମ୍ଵାର ନିର୍ଯାତନା ଦେଉଥିଲା। ମୋତେ ଏବଂ ମୋ ପୁଅକୁ ସେ ଅଶ୍ଳୀଳ ଫଟୋ ପଠାଏ। ଦୁଇଥର ଥାନାକୁ ଯାଇଥିଲି। ସରପଞ୍ଚଙ୍କୁ ନେଇ ବି ଥାନାକୁ ଯାଇଥିଲି। ଅଶ୍ଳୀଳ ଫଟୋ ଛାଡ଼ିବା, ହାରାସ୍‌ମେଣ୍ଟ କରିବା ଓ ଗାଳି ଗୁଲଜ କରିବା ନେଇ ଅଭିଯୋଗ କରିଥିଲି। ଏତଲାରେ ସେ ପିଲାର ନାଁ ଲେଖି ନାହାଁନ୍ତି । ମୋର କିଛି ମନେ ପଡ଼ୁନି। ସେ ପୁଲିସଙ୍କୁ ଟ୍ରାନ୍ସଫର୍ ନୁହେଁ ସସପେଣ୍ଡ୍ କରିବା କଥା।'

ସେପଟେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ଅଧିକ ବୈଷୟିକ ସହାୟତା ତଥା ଅଭିଜ୍ଞ ଡାକ୍ତରଙ୍କ ସହଯୋଗ ମିଳିବ ବୋଲି କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସୂଚନା ଅନୁଯାୟୀ, ଯୁବତୀଙ୍କ ତଥାକଥିତ ପ୍ରେମିକ ତାଙ୍କୁ ବ୍ରେକ୍‌ଅପ୍‌ ପରେ ବ୍ଲାକ୍‌ମେଲ୍‌ କରୁଥିଲେ, ଫଟୋ ଭାଇରାଲ୍‌ କରୁଥିଲେ, ହଇରାଣ ହରକତ ସହ ମାନସିକ ନିର୍ଯାତନା ଦେଉଥିଲେ ବୋଲି ୬ରୁ ୮ ମାସ ପୂର୍ବରୁ ପରିବାର ଲୋକଙ୍କ ସହ ଯାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଗୁହାରି ଜଣାଇବାକୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ହେଲେ ପୁଲିସ ଏଏସ୍‌ଆଇ ଶୈଳେନ୍ଦ୍ର ମୋହନ ପଲେଇ ଏତଲା ରଖିନଥିଲେ । ଦାୟିତ୍ୱ ଖସାଇବାକୁ ଯାଇ ବ୍ଲାକମେଲ କରୁଥିବା ଯୁବତୀଙ୍କ ତଥାକଥିତ ପ୍ରେମିକ ଯୁବକର ଫୋନ୍‌ ନମ୍ବର ବ୍ଲକ୍‌ କରିବାକୁ କହିଥିଲେ । ବ୍ଲାକ୍‌ଲିଷ୍ଟରେ ପକାଇବାକୁ କହିଥିଲେ। ମାମଲା ହୋଇପାରିବ ନାହିଁ ବୋଲି ପୀଡ଼ିତାଙ୍କ ପରିବାରକୁ ମନା କରିଦେଇଥିଲେ ବୋଲି ମୃତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଏହା ପରେ ଫୋନ୍‌ରେ ମୌଖିକ ଭାବେ ଏ ବିଷୟରେ ପୁଲିସକୁ ଜଣାଇଥିଲେ ହେଁ ପୁଲିସ ପକ୍ଷରୁ କୌଣସି ସହଯୋଗ ମିଳିନଥିଲା । ପୁଲିସ ଏତଲା ରଖିବା ପାଇଁ ମନା କରିଦେବା ପରେ ଛାତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ପ୍ରେମିକର ନିର୍ଯାତନା ଦିନକୁ ଦିନ ଅସହ୍ୟ ହୋଇ ଚାଲିଥିଲା ।  ଯାହା ସହିବା ତାଙ୍କ ପକ୍ଷେ ଆଉ ସମ୍ଭବ ହୋଇ ପାରିନଥିଲା । ଆଉ ଆତ୍ମଦାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହେଉଛି । ଏ ଘଟଣା ପୁଣି ଥରେ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛି । ଏହି ଘଟଣା ପରେ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳିି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.