ପ୍ରମୂଖ ଖବର
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଗୁଣି ସନ୍ଦେହରୁ ଯୁବକଙ୍କୁ ହତ୍ୟା ଅଭିଯୋଗ: ଜଙ୍ଗଲ ଭିତରେ ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

Published By : Manoj | August 7, 2025 2:40 PM

ମୋହନା,୦୭/୦୮: ପୁଣି  ଅନ୍ଧ ବିଶ୍ୱାସ । ପୁଣି ଗୁଣି ସନ୍ଦେହରେ ଜଣେ  ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ  ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି  ଜିଲ୍ଲା ମୋହନା ଥାନା କୁସୁମପୁର  ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ  କମଳାପୁର ଗାଁର କରୁଣାକର ଦଳାଇ(୩୦) । ଏ ସମ୍ପର୍କରେ  ପରିବାର ଲୋକ ମୋହନା  ଥାନାରେ ଅଭିଯୋଗ କରିଛନ୍ତି ।  କୁସୁମପୁର ଗାଁରେ ପହଞ୍ଚି  ତନାଘନା କରୁଛି ପୁଲିସ । ୮ ଜଣଙ୍କୁ  ପୁଲିସ ଅଟକ ରଖି ପଚରାଉଚରା  କରୁଛି । ଗାଁଠାରୁ ଦେଢ଼ କିମି ଦୂର ଜଙ୍ଗଲରେ ମୃତଦେହ ପୋତି  ଦିଆଯାଇଥିବା ପୁଲିସ ଜାଣିବାକୁ  ପାଇଥିଲା ।  ଆଜି ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣା କରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।  

ଅଭିଯୋଗ ଅନୁଯାୟୀ, ଜିରାଙ୍ଗ  ପଞ୍ଚାୟତ କମଳପୁର ଗାଁର  କରୁଣାକର ପ୍ରାୟ ୮ ମାସ ହେବ  କୁସୁମପୁର ଗାଁରେ ରହୁଥିଲେ ।  ଗାଁଠାରୁ କିଛି ଦୂରରେ କୁଡ଼ିଆ  କରି ରହିବା ସହ ଚାଷକାମ କରି ପରିବାର ପ୍ରତିପୋଷଣ  କରୁଥିଲେ । ଏଥିସହ ଲୋକଙ୍କୁ  ଚେରମୂଳି ଔଷଧ ଦେଉଥିଲେ । କିଛି ଦିନ ତଳେ କୁସୁମପୁର ଗାଁର  ଜନୈକ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅର  ମୃତ୍ୟୁ ହୋଇଥିଲା । ବାଳକଟିକୁ କରୁଣାକର ହିଁ ଗୁଣି କରି ମାରିଦେଇଥିବା ଗାଁ ଲୋକ ସନ୍ଦେହ  କରୁଥିଲେ । ଏନେଇ ଗତ ମାସ ୨୮ ତାରିଖରେ ଗ୍ରାମର ଦୁଇଜଣ କରୁଣାକରଙ୍କ ପାଖକୁ ଯାଇ “ଆମ ପିଲାର ଦେହ ଭଲ ନାହିଁ  ଚେରମୂଳି ଔଷଧ ଦେବୁ ଆସେ”  ବୋଲି କହି ଡାକି ନେଇଥିଲେ ।  ଅଙ୍ଗନବାଡ଼ି କେନ୍ଦ୍ରରେ ତିନି ଦିନ  ରଖି ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ପ୍ରବଳ ମାଡ଼  ମାରି ହତ୍ୟା କରିବା ପରେ ଗାଁ  ନିକଟସ୍ଥ ଜଙ୍ଗଲରେ ପୋତି  ଦେଇଥିବା କରୁଣାକରଙ୍କ ଭାଉଜ ସବିତା ଦଳାଇ ମୋହନା ଥାନାରେ  ଅଭିଯୋଗ କରିଛନ୍ତି ।

ଏହି ହତ୍ୟାରେ କୁସୁମପୁର ଗାଁର କିଛି ଲୋକଙ୍କ ସମ୍ପୃକ୍ତି ଥିବାବେଳେ ସେମାନଙ୍କ ନାମ ଏତଲାରେ  ଦର୍ଶାଇଛନ୍ତି । ମୋହନା ପୁଲିସ କୁସୁମପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରଥିଲା । ହତ୍ୟା ପରେ ଗାଁ ଠାରୁ  ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ପୋତି  ଦେଇଥିବା ପୁଲିସ ଜାଣିବାକୁ ପାଇଛି । ଗତକାଲି ରାତି ହୋଇଯାଇଥିବାରୁ ଖୋଳି ବାହାର କରିବା  ସମ୍ଭବ ହୋଇ ନାହିଁ । ଆଜି ସକାଳେ ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣାକରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।  

ଗତ ଶନିବାର ଗୁଣି  ସନ୍ଦେହରେ ମୋହନା ଥାନା ରାଚାଗୁଡ଼ା ଗାଁର  ଗୋପାଳ ମଳିକଙ୍କୁ ହତ୍ୟା କରି ଅଡ଼ବା ହରଭଙ୍ଗୀ  ଡ୍ୟାମ୍‌ରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ପୁଲିସ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଘଟଣାର ୪ ଦିନ ପରେ ପୁଣି ଗୁଣି ସନ୍ଦେହରେ  ଆଉ ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା  ହେବାରେ ଲାଗିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.