ପ୍ରମୂଖ ଖବର
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

୨୦୦୯ କେନ୍ଦ୍ରାପଡ଼ା ହତ୍ୟା ମାମଲା : ଦୁର୍ଦ୍ଦାନ୍ତ ଅପରାଧୀ ସୁଲେମାନର ସହଯୋଗୀ ଶ୍ରୀନିବାସ ଗିରଫ, ୧୬ ବର୍ଷ ପରେ ବାନ୍ଧିଲା ପୁଲିସ

Published By : Rasmita Pradhan | August 6, 2025 11:32 AM

ଆଠଗଡ଼, ୦୬/୦୮ : ୨୦୦୯ରେ କେନ୍ଦ୍ରାପଡ଼ାରେ ଘଟିଥିବା ଏକ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁଲେମାନର ଜଣେ ସହଯୋଗୀ ଶ୍ରୀନିବାସ ଦାସକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ୧୬ ବର୍ଷ ହେଲା ଶ୍ରୀନିବାସ ଫେରାର୍ ଥିଲା। ସେ ଆଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂଇଁ  ଗ୍ରାମର ବାସୀନ୍ଦା ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ୨୦୦୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ  ଘଟିଥିବା ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ  ଶ୍ରୀନିବାସ ଫେରାର ଥିଲା । କେନ୍ଦ୍ରାପଡ଼ା  ଜିଲ୍ଲା ପୁଲିସ ପକ୍ଷରୁ ଆଠଗଡ଼ ଥାନାକୁ  ଅବଗତ କରାଯାଇଥିଲା । ଆଠଗଡ଼ ପୁଲିସ ଢେଙ୍କାନାଳ ପୁଲିସ ସହାୟତାରେ ଶ୍ରୀନିବାସକୁ ଢେଙ୍କାନାଳ ବାଲିମି ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡିଛି । ଶ୍ରୀନିବାସ ବିରୋଧରେ ଆଠଗଡ଼ ଥାନାରେ ଏକାଧିକ ମାମଲା ରହିଛି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.