ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଢନ୍ତୁ, ସ୍ଥିର ରହିବ ମାନସିକ ସ୍ଥିତି: ଜ୍ଞାନ ଅର୍ଜନ ସହ ଆତ୍ମବିଶ୍ୱାସ ଓ ବଢ଼ିଥାଏ ଏକାଗ୍ରତା...

Published By : Prameya | December 5, 2024 10:57 AM

ନୂଆଦିଲ୍ଲୀ ୦୫/୧୨:  ମହିଳାମାନଙ୍କର ଘର କାମ ସରିବା ପରେ ସେମାନେ  କିଛି ସମୟ ପାଇଁ ନିଜକୁ ରିଲାକ୍ସ କରିବାକୁ  ପସନ୍ଦ କରିଥାନ୍ତି। ଏହି ସମୟରେ ସେମାନେ ପ୍ରାୟତଃ ଗପସପ କରିଥାନ୍ତି । କେବେ କେବେ ଗପସପ କରି ନିଜକୁ ଭାରାକ୍ରାନ୍ତ ମଧ୍ୟ କରିଥାନ୍ତି ।  ଫଳରେ ମାନସିକ ସ୍ଥିତି ଅସ୍ଥିର ହୋଇପଡେ । ଜାଣନ୍ତି  କି ଏହି ସମୟକୁ ଆପଣ ଚାହିଁଲେ ଯେକୌଣସି ବହି ପଢିବାରେ ବ୍ୟବହାର କରିପାରିବେ ? ଏହା ଏକ  ଖୁବ୍‌ ଭଲ ବ୍ୟାୟାମ ମଧ୍ୟ, ଯାହା ମାନସିକ ସ୍ଥିତିକୁ  ସୁସ୍ଥ ରଖିଥାଏ । ଚିନ୍ତା ଓ ଅଯଥା ଗପସପରୁ ଦୂରେଇ ରହିବା  ପାଇଁ ଏହା ଶ୍ରେଷ୍ଠ ବିକଳ୍ପ ।  ବହି ପଢିବା ଦ୍ୱାରା ଜ୍ଞାନ  ଅର୍ଜନ ସହ ଆତ୍ମବିଶ୍ୱାସ ଓ  ଏକାଗ୍ରତା ମଧ୍ୟ ବଢିଥାଏ ।  ଆଉ ମାନସିକ ସ୍ଥିତି ସ୍ଥିର ରହିଥାଏ । 

ଭଲ ନିଦ ପାଇଁ ପଢିବା ଜରୁରି ପଢିବା ଏକ ଭଲ ଅଭ୍ୟାସ, ଯାହା ସ୍ୱାସ୍ଥ୍ୟ ସହ ବ୍ୟକ୍ତିତ୍ୱରେ  ମଧ୍ୟ ସୁଧାର ଆଣିଥାଏ । ପଢିବା ଦ୍ୱାରା ଚିନ୍ତା ଓ ଅବସାଦ ଦୂର ହୋଇଥାଏ । ଫଳରେ ନିଦ ନ ଆସିବା  ସମସ୍ୟା ଦୂର ହୋଇ ଭଲ ନିଦ ହୋଇଥାଏ ।  

ଚିନ୍ତାରୁ ମୁକ୍ତି ଆମ ଶରୀର ସହ ଚିନ୍ତାର ସିଧାସଳଖ ସମ୍ପର୍କ ରହିଛି ।  ତେଣୁ ଅଧିକ ଚିନ୍ତା କରିବା ଦ୍ୱାରା ଶାରୀରିକ ଓ  ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ ।  ଏଥିରୁ ନିସ୍ତାର ପାଇବା ପାଇଁ ବହି ପଢିବା ଶ୍ରେଷ୍ଠ  ବିକଳ୍ପ, ସହଜ ସମାଧାନ ମଧ୍ୟ ।  

ସୃଜନଶୀଳତା ଓ ଜ୍ଞାନ ବଢାଏ ପଢିବା ଦ୍ୱାରା ଜ୍ଞାନ ବଢିବା ସହ ସୃଜନଶୀଳତା ମଧ୍ୟ  ବଢିଥାଏ । ଫଳରେ ଆତ୍ମବିଶ୍ୱାସ ବଢିବା ସ୍ୱାଭାବିକ୍‌ । ଏପରିକି ଭାବିବା ଓ ବୁଝିବାରେ ମଧ୍ୟ ସୁଧାର  ଆସିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.