ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ

Published By : Harapriya Sethi | October 13, 2024 9:49 AM

କୋଣାର୍କ,୧୩/୧୦: ଶନିବାର ଚନ୍ଦ୍ରଭାଗା ସମୁଦ୍ରରେ ବୁଡ଼ି ଯାଇଥିବା ଯୁବକର ମୃତଦେହ ରବିବାର ସକାଳ ୫ଟାରେ ଚନ୍ଦ୍ରଭାଗା ତେଲୁଗୁ ବସ୍ତି ନୂଆସାହି ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଗତସିଂହପୁର ଖରିପଡିଆର ଜୀବନଜ୍ୟୋତି ମହାନ୍ତି(୧୯) ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ଅଂଚଳର ସୁମନ୍ତ ଜେନା, ସୁଧିର ମଲ୍ଲିକ(୨୬)ବର୍ଷ ଓ ଜଗତସିଂହପୁର ଖରିପଡିଆର ଜୀବନଜ୍ୟୋତି ମହାନ୍ତି(୧୯) ସାଥି ହୋଇ ଶନିବାର ଅପରାହ୍ନରେ କୋଣାର୍କ ବୁଲିବାକୁ ଆସିଥିଲେ। ଚନ୍ଦ୍ରଭାଗା କୂଳରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ତିନି ଜଣ ଯୁବକ। ଲହଡ଼ି ମାଡ଼ରେ ସମୁଦ୍ରରେ ବୁଡି ଯାଉଥିବା ଦେଖି ତୁରନ୍ତ ଲାଇଫ ଗାର୍ଡ ସମୁଦ୍ରରୁ ଦୁଇ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଅନ୍ୟ ଜଣେ ଜୀବନଜ୍ୟୋତି ସମୁଦ୍ରରେ ନିଖୋଜ ହୋଇଥିଲା । ଏହା ଦେଖି ତାଙ୍କ ସାଙ୍ଗ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲା ଅଗ୍ନିଶମ ଟିମ୍‌ । ତେବେ ରବିବାର ସକାଳ ୫ଟାରେ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ତେଲୁଗୁ ବସ୍ତି ନିକଟ ସମୁଦ୍ର କୂଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଟିମ୍‌ । ପରେ ଏବିଷୟରେ ଚନ୍ଦ୍ରଭାଗା ପୋଲିସକୁ ଖବର ଦେଇଥିଲେ ତାଙ୍କ ସାଙ୍ଗ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହା ସହ ଚନ୍ଦ୍ରଭାଗା ମେରାଇନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଯାଇଥିବା ଆଇଆଇସି ପ୍ରତିମା ସାହୁ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.