କେନ୍ଦ୍ରାପଡ଼ା,୧୯/୦୬: ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁଣ୍ଡାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା। ତେବେ ଅଭିଯୁକ୍ତ ଜଣଙ୍କ ସ୍ଥାନୀୟ ମୁଣ୍ଡାଳ ଗାଁର ବାପି ମଲିକ ବୋଲି ଜାଣିବାକୁ ମିଳିଛି।
ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡ଼ିତା ମହିଳା ଯୋଗ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି । ହେଲେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ମୁଣ୍ଡାଳ ଗାଁରେ ଥିବା ତାଙ୍କ ଭଡ଼ାଘର କବାଟ ଭାଙ୍ଗି ଜଣେ ଯୁବକ ଘର ଭିତରକୁ ପଶି ଥିଲେ। ଶିକ୍ଷୟିତ୍ରୀ ଜଣକ ଘରେ ଶୋଇଥିବା ବେଳେ ହଠାତ୍ ତାଙ୍କ ନିଦ ଭାଙ୍ଗିଯାଇଥିଲା । ସେହି ସମୟରେ ଯୁବକଙ୍କୁ ମୁହଁରେ କଳା କପଡା ବାନ୍ଧି ହାତରେ ଏକ ଧାରୁଆ ଅସ୍ତ୍ର ଧରିଥିବା ମହିଳା ଜଣକ ଦେଖିବାକୁ ପାଇଥିଲେ । ପାଟି କଲେ ଜୀବନରେ ମାରିଦେବା ପାଇଁ ଯୁବକ ମହିଳାଙ୍କୁ ଧମକ ଦେବା ସହ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ବଳ ପ୍ରୟୋଗ କରି ଯୁବକଙ୍କ ମୁହଁରୁ କପଡା ଟାଣି ଦେବା ପରେ ସେ ସ୍ଥାନୀୟ ମୁଣ୍ଡାଳ ଗାଁର ବାପି ମଲିକ ବୋଲି ଜାଣିବାକୁ ପାଇଥିଲେ । ଏହାପରେ ପୀଡିତା ଶିକ୍ଷୟିତ୍ରୀ ଚିତ୍କାର କରିବାରୁ ଅଭିଯୁକ୍ତ ଯୁବକ ଦୌଡ଼ି ପଳାଇଥିଲେ । ଏନେଇ ପୀଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୋଗ ପାଇ ସଦର ପୁଲିସ ଘଟଣାର ତଦନ୍ତ କରୁଛି ।