ନୂଆଦିଲ୍ଲୀ,୦୨/୧୨: ଟିମ୍ ଇଣ୍ଡିଆ ହୋମ୍ ଗ୍ରାଉଣ୍ଡରେ ନିଜ୍ୟୁଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୩-୦ରେ ପରାସ୍ତ ହୋଇଥିଲା । ବର୍ତ୍ତମାନ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ରେସରେ ରହିଛି । ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି । ପ୍ରଥମ ଟେଷ୍ଟରେ ବାଜି ମାରି ନେଇଛି ଟିମ୍ ଇଣ୍ଡିଆ । ତେବେ ଭାରତ କିପରି ଡବ୍ଲୁଟିସି ଫାଇନାଲରେ ପହଞ୍ଚିବ କଣ କହୁଛି ସମୀକରଣ ଜାଣନ୍ତୁ ଏହି ରିପୋର୍ଟରେ ।
ଏବେ ବି ଭାରତ ପାଖରେ ସିଧା ଡବ୍ଲୁଟିସି ଫାଇନାଲରେ ପହଞ୍ଚିବାକୁ ସୁଯୋଗ ରହିଛି । ଏହା ସହିତ ଅନ୍ୟ ଦଳର ପରିଣାମ ଉପରେ ମଧ୍ୟ ନିର୍ଭର କରୁଛି କି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ୱାଲ୍ଡ ଟେଷ୍ଟ ଚମ୍ପିଅନସିପରେ ପ୍ରବେଶ କରିବ କି ନାହିଁ। ନିଜ ଦମ ବଳରେ ଭାରତକୁ ଫାଇନାଲ ଟିକେଟ୍ ହାସଲ କରିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ରହିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଅତିକମର୍ ୩-୦ରେ ଜିତିବାକୁ ଜରୁରୀ । ଯଦି ବର୍ଡର-ଗାଭାସ୍କର ଟ୍ରଫିର ୨ଟି ମ୍ୟାଚ ଡ୍ର ହୋଇଯାଏ ଓ ୩ଟି ମ୍ୟାଚ ଭାରତ ଜିତିଯାଏ ତେବେ ସହଜରେ ଭାରତ ଡବ୍ଲୁଟିସି ଫାଇନାଲରେ ପହଞ୍ଚି ପାରିବ । ଯଦି ୪ଟି ମ୍ୟାଚ ଭାରତ ଜିତିଯାଉଛି ଓ ଗୋଟିଏ ଡ୍ର ହୋଇଯାଉଛି ତେବେ ଭାରତ ସିଧା ଡବ୍ଲୁସିଟି ଫାଇନାଲରେ ପହଞ୍ଚିବ ।
ଏହାଛଡା ୪-୧ର ବିଜୟ ବି ଭାରତକୁ ଫାଇନାଲ ଟିକେଟ ଦେବ । ୫-୦ ବିଜୟରେ ସିଧା ଡବ୍ଲୁଟିସି ଫାଇନାଲରେ ପହଞ୍ଚିବ । ବର୍ତ୍ତମାନ ଭାରତ ଡବ୍ଲୁଟିସି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଦ୍ବିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି । ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି ।
ଏବେ ଜାଣିବା ଭାରତ କିପରି ଅନ୍ୟ ଦଳ ଉପରେ ନିର୍ଭ କରିବ । ଯଦି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩-୧ରେ ସିରିଜ ଜିତୁଛି ତେବେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ଦ୍ବିତୀୟ ଟେଷ୍ଟରେ ହରାଇବାକୁ ପଡିବ। ୩-୨ ବିଜୟକୁ ନେଇ ଏହି ସମୀକରଣ ରହିଛି କି ଯଦି ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ସ୍କୋରଲାଇନରେ ରହିବ ତେବେ ଶ୍ରୀଲଙ୍କାକୁ ଅତିକମରେ ଗୋଟିଏ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଡ୍ର ଖେଳିବାକୁ ପଡିବ । ଏହାସିହତ ୨-୨ ରେଜଲ୍ଟରେ ଭାରତକୁ ଟିକେଟ ହାସଲ କରିବାକୁ ହେଲେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କୁ ୨-୦ରେ ହରାଇବାକୁ ପଡିବ । ଏହି ସମୀକରଣ ଅନୁସାରେ ଭାରତ ୱାଲ୍ଡ ଟେଷ୍ଟ ଚମ୍ପିଆନସିପକୁ କ୍ବାଲିଫାଏ କରିବ ।