ପ୍ରମୂଖ ଖବର
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ଆଇସିସି ଅଧ୍ୟକ୍ଷ ଜୟ ଶାହ ଡାକିଲେ ମିଟିଂ, ଚାମ୍ପିୟନ୍ସ ଟ୍ରଫିର ଆୟୋଜନକୁ ନେଇ ହୋଇପାରେ ନିଷ୍ପତ୍ତି !

ନୂଆଦିଲ୍ଲୀ, ୪/୧୨ : ବିସିସିଆଇର ପୂର୍ବତନ ସଚିବ ଜୟ ଶାହ ରବିବାର ଆଇସିସିର ଅଧ୍ୟକ୍ଷ ରୂପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଶାହ ଦାୟିତ୍ବ ନିଭାଇବା ପରେ ତତ୍କାଳ ଭାବେ ଚାମ୍ପିୟନ୍ସ ଟ୍ରିଫିକୁ ନେଇ ଉଠିଥିବା ପ୍ରଶ୍ନକୁ ଶେଷ କରିବାକୁ ଚାହିଁଛନ୍ତି । ଏହାସହ ତାଙ୍କ ସମ୍ମୁଖରେ କ୍ରିକେଟକୁ ବ୍ୟବସାୟିକ ରୂପରେ ବ୍ୟବହାର୍ଯ୍ୟ ଅଲମ୍ପିକ ଖେଳ କରିବାକୁ ଚ୍ୟାଲେଞ୍ଜ ରହିବ । ସେହିଭଳି ଜୟ ଶାହ ଆଇସିସି ଚେୟାରମ୍ୟାନ ହେବା ପରେ ପ୍ରଥମ ମିଟିଂ ଡାକିଛନ୍ତି । କିନ୍ତୁ ଶାହ ୫ ଡିସେମ୍ବରରେ ଯେଉଁ ବୈଠକ ଡାକିଛନ୍ତି ସେଥିରେ ମୁଖ୍ୟ ମୁଦ୍ଦା ଚାମ୍ପିୟନ୍ସ ଟ୍ରଫିର ଆୟୋଜନକୁ ନେଇ ନୁହେଁ । ଆଇସିସି ଅଧ୍ୟକ୍ଷର ଦାୟିତ୍ବ ସମ୍ଭାଳିବା ପରେ ଜୟ ଶାହ ଚାମ୍ପିୟନ୍ସ ଟ୍ରଫି ଉପରେ କୌଣସି ଟିପ୍ପଣୀ ଦେଇନାହାନ୍ତି । କିନ୍ତୁ ପ୍ରାଥମିକତା ଭାବେ ତାଙ୍କର ୨୦୨୮ଅଲମ୍ପିକରେ କ୍ରିକେଟକୁ ସାମିଲ କରିବା ଏବଂ ମହିଳାଙ୍କ ଖେଳର ବିକାଶକୁ ଦ୍ରୁତ କରିବା ନେଇ ରହିବ । 

କ୍ରିକବଜର ଏକ ରିପୋର୍ଟରେ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି କି ଜୟ ଶାହ ୫ଡିସେମ୍ବରରେ ଭର୍ଚ୍ଚୁଆଲ ବୋର୍ଡ଼ ମିଟିଂ ଡାକିଛନ୍ତି । କିନ୍ତୁ କୌଣସି ଖାସ୍ ଏଜେଣ୍ଡା ନାହିଁ । ଏହା ସ୍ପଷ୍ଟ ହୋଇନାହିଁ କି ଚାମ୍ପିୟନ୍ସ ଟ୍ରଫି ଉପରେ କୌଣସି ଚର୍ଚ୍ଚା ହେବ କି ନାହିଁ । ଏହା ପୂର୍ବରୁ ପିଟିଆଇର ଏକ ରିପୋର୍ଟରେ କୁହାଯାଇଥିଲା କି ଆଇସିସି ପାକିସ୍ତାନକୁ କହିଛି କି ସେ ଆସନ୍ତାବର୍ଷର ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବା ଲାଗି ‘ହାଇବ୍ରିଡ’ ମଡେଲକୁ ସ୍ବୀକାର କରିବ କିମ୍ବା ଏହି ଆୟୋଜନରୁ ବାହାରିବା ଲାଗି ପ୍ରସ୍ତୁତ ହେବ । କାରଣ ପିସିବିର ଜିଦଖୋର ନୀତି କାରଣରୁ ୨୯ନଭେମ୍ବରରେ ଏହାର କାର୍ଯ୍ୟକାରୀ ବୋର୍ଡ଼ର ବୈଠକ ରଦ୍ଦ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.