ନୂଆଦିଲ୍ଲୀ, ୩/୧୨ : ବର୍ଡ଼ର – ଗାଭାସ୍କର ଟ୍ରଫି ୨୦୨୪ରେ ଭାରତୀୟ ଟିମ୍ ବିଜୟର ଲୟକୁ ସ୍ଥିର ରଖିବାକୁ ୨-୦ ରଖିବାକୁ ଚାହୁଁଛି । ୬ଡିସେମ୍ବରରୁ ଆରମ୍ଭ ହେଉଥିବା ଆଡିଲେଡ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ନେଟ୍ସ ପ୍ରାକ୍ଟିସ କରିଛି । କିନ୍ତୁ ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରାକ୍ଟିସ ସମୟରେ ବିରାଟ କୋହଲୀଙ୍କ ଏକ ଫଟୋ ସାମ୍ନାକୁ ଆସୁଛି । ଯେଉଁଥିରେ ସମ୍ଭବତଃ ଟିମ୍ ଇଣ୍ଡିଆର ଟେନଶନ ବଢିଯାଇଛି । ପ୍ରକାଶ ଯେ, ଅଭ୍ୟାସ ସମୟରେ ମେଡ଼ିକାଲ ଷ୍ଟାଫଙ୍କୁ କୋହଲୀଙ୍କ ଡାହାଣ ଗୋଡ଼ରେ ପଟି ବାନ୍ଧୁଥିବା ନଜର ଆସୁଛନ୍ତି । ଏହି ଘଟଣାର ଫଟୋ କିଛି ସମୟ ପୂର୍ବରୁ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ବିରାଟ କୋହଲୀଙ୍କ ଚୁଡ଼ାନ୍ତ ଏକାଦଶରେ ଉପସ୍ଥିତ ଥିବା ଭାରତୀୟ ଟିମ୍ ଲାଗି ବହୁତ ମହତ୍ବପୂଣ୍ଣ ହେବ । ବର୍ଡର- ଗାଭାସ୍କର ଟ୍ରଫିରେ ତାଙ୍କ ରେକର୍ଡ଼ ଶାନଦାର ରହିଛି । ଏହାସହ ପର୍ଥ ଟେଷ୍ଟରେ ଶତକରେ ତାଙ୍କର ମନୋବଳ ବି ବଢି ଯାଇଛି । କୋହଲୀ ପୁଣି ଏକ ଶତକ ଲଗାଇବାପରେ ବର୍ଡର – ଗାଭାସ୍କର ଟ୍ରଫିରେ ସବୁଠାରୁ ଅଧିକ ଶତକ ଲଗାଇବାର ରେକର୍ଡ଼ ନିଜ ନାଁରେ କରିପାରିବେ । ଏବେ ସଚିନ ଏବଂ ବିରାଟ, ଉଭୟଙ୍କ ୯ଶତକ ଅଛି । ମାତ୍ର କୋହଲୀଙ୍କ ଫିଟନେଶ ଉପରେ ଏବେ ପ୍ରଶ୍ନବାଚୀ ଛିଡ଼ା ହୋଇଛି । କିନ୍ତୁ ଭାରତୀୟ ଟିମ୍ ଲାଗି ଏହା ଭଲ କଥା କି ଅଧିନାୟକ ରୋହିତ ଶର୍ମା ନିରନ୍ତର ନେଟ୍ସରେ ସାରା ସମୟ ବିତାଉଛନ୍ତି ।
ବିରାଟ କୋହଲୀଙ୍କ ଆଘାତ ହେବା ଟିମ୍ ଇଣ୍ଡିଆକୁ ବହୁତ ବଡ଼ ଝଟକାର ସାମ୍ନା କରିବାକୁ ପଡ଼ିବ । ଆଡିଲେଡ ଓଭାଲ ପିଚରେ କୋହଲୀଙ୍କ ରେକର୍ଡ଼ ଭଲ ରହିଛି । ଏବେ ପର୍ଯ୍ୟନ୍ତ ସେ ଏହି ପିଚରେ ଖେଳିଥିବା ୪ମ୍ୟାଚର ୮ପାଳିରେ ୬୩.୬୩ଶାନଦାର ପ୍ରତିଶତରେ ୫୦୯ରନ କରିଛନ୍ତି ।