ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ବ୍ରେଟ ଲି ବାଛିଲେ ବିଶ୍ବର ୪ସବୁଠାରୁ ମହାନ ଖେଳାଳୀ, ଭାରତର ଏହି ଖେଳାଳୀଙ୍କୁ କହିଲେ ‘ଗ୍ରେଟେଷ୍ଟ ଅଫ୍ ଅଲ ଟାଇମ୍’...

ନୂଆଦିଲ୍ଲୀ, ୩/୧୨ :  ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲି ନିଜ ପସନ୍ଦର ୪ ଖେଳାଳୀଙ୍କୁ ବାଛିଛନ୍ତି ।  କ୍ଲବ କ୍ରିକେଟ ଉପରେ କଥା ହୋଇ ଲି ନିଜ ପସନ୍ଦର ୪ମହାନତମ କ୍ରିକେଟରଙ୍କ ନାଁ କହିଛନ୍ତି । ପ୍ରଥମ ନମ୍ବରରେ ଲି ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଏଲନ ଡୋନାଲ୍ଡଙ୍କୁ ବାଛିଛନ୍ତି । ସେହିଭଳି ୨ନମ୍ବରରେ ଲିଙ୍କ ପସନ୍ଦ ଡିନେଲ ଲିଲି ହୋଇଛନ୍ତି । ଏହା ବ୍ୟତୀତ ନମ୍ବର ୩ରେ ବ୍ରେଟ ଲି ରିକି ପଣ୍ଟିଂଙ୍କୁ ବିଶ୍ବ କ୍ରିକେଟର ମହାନ ବ୍ୟାଟରର ଆଖ୍ୟା ଦେଇଛନ୍ତି । ସେହିଭଳି ନମ୍ବର ୪ରେ ଲିଙ୍କ ପସନ୍ଦ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଟନ୍ତି । ଏମାନେ ଏଭଳି ୪ଖେଳାଳୀ ଅଟନ୍ତି ଯେଉଁମାନେ ବ୍ରେଟ ଲିଙ୍କ ଅନୁସାରେ ବିଶ୍ବର ସବୁଠାରୁ ମହାନ ଖେଳାଳୀଙ୍କ ମଧ୍ୟରେ ଆସିଥାନ୍ତି ।

ପ୍ରକାଶ ଯେ, ଏଲନ ଡୋନାଲ୍ଡ ସାଉଥ ଆଫ୍ରିକା ଲାଗି ୭୨ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଏବଂ ଏହି ସମୟରେ ସେ ୩୩୦ଓ୍ବିକେଟ ନେବାରେ ସଫଳ ରହିଛନ୍ତି । ଦିନିକିଆରେ ଡୋନାଲ୍ଡ ୨୭୨ଓ୍ବିକେଟ ନେଇଛନ୍ତି । ଡୋନାଲ୍ଡଙ୍କୁ ନିଜ ସମୟର ସବୁଠାରୁ ଭଲ ଦ୍ରୁତ ବୋଲର କୁହାଯାଇଥାଏ । ସେହିଭଳି ଡେନିସ ଲିଲି ଅଷ୍ଟ୍ରେଲିଆ ଲାଗି ୭୦ଟେଷ୍ଟ ଖେଳି ୩୫୫ଓ୍ବିକେଟ ନେବାରେ ସଫଳ ରହିଥିଲେ । ଦିନିକିଆରେ ଡେନିସ ଲିଲି ୬୩ମ୍ୟାଚ୍ ଖେଳିଛନ୍ତି ଏବଂ ୧୦୩ଓ୍ବିକେଟ ନେବାରେ କମାଲ୍ କରିଛନ୍ତି ।

ଏହା ବ୍ୟତୀତ ବ୍ରେଟ ଲି ନିଜ ଫେବୋରାଇଟ୍ ଅଲ୍ ଟାଇମ ଗ୍ରେଟ ଖେଳାଳୀଙ୍କ ମଧ୍ୟରେ ଦୁଇ ବ୍ୟାଟରଙ୍କୁ ବି ସ୍ଥାନ ଦେଇଛନ୍ତି । ଲି ରିକି ପଣ୍ଟିଂ ଏବଂ ସଚିନ ତେନ୍ଦୁଲକରଙ୍କୁ ବି ଚୟନ କରିଛନ୍ତି । ପଣ୍ଟିଂ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଜଣେ ଅଟନ୍ତି । ପଣ୍ଟିଂ ଅଷ୍ଟ୍ରେଲିଆର ଅଧିନାୟକ ବି ଥିଲେ । ରିକି ପଣ୍ଟିଂ ଟେଷ୍ଟରେ ୧୬୮ମ୍ୟାଚ୍ ଖେଳିଥିଲେ ଏବଂ ପ୍ରାୟ ୧୩୩୭୮ରନ କରିବାରେ ସଫଳ ରହିଛନ୍ତି । ପଣ୍ଟିଂ ଟେଷ୍ଟରେ ୪୧ଶତକ ଲଗାଇବାରେ କମାଲ୍ କରିଥିଲେ । ଏହା ବ୍ୟତୀତ ଦିନିକିଆରେ ପଣ୍ଟିଂ ୧୩୭୦୪ରନ୍ କରିଛନ୍ତି । ଓ୍ବାନଡେରେ ପଣ୍ଟିଂଙ୍କ ନାଁରେ ୩୦ଶତକ ଯୋଡ଼ିଛନ୍ତି । ସେହିଭଳି ତେନ୍ଦୁଲକର ବିଶ୍ବକ୍ରିକେଟରେ ୧୦୦ଶତକ ଲଗାଇବାରେ ଜଣେ ମାତ୍ର ଖେଳାଳୀ ଅଟନ୍ତି । ତେନ୍ଦୁଲକର ଟେଷ୍ଟରେ ୫୧ଶତକ ଏବଂ ଦିନିକିଆରେ ୪୯ଶତକ ଲଗାଇଛନ୍ତି । ଟେଷ୍ଟରେ ତେନ୍ଦୁଲକର ୧୫୯୨୧ରନ୍ କରିବାରେ ସଫଳ ରହିଥିବାବେଳେ ସେହିଭଳି ଦିନିକିଆରେ ସଚିନଙ୍କ ନାଁରେ ୧୮୪୨୬ରନ୍ କରିଛନ୍ତି ।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.