ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ

Published By : Manoj | July 29, 2025 8:58 AM

ବାରଙ୍ଗ, ୨୯/୦୭:  ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଜାତୀୟ ପଶୁ ବାଘର ବଂଶ ବିସ୍ତାର କ୍ଷେତ୍ରରେ ପ୍ରାଣୀ  ଉଦ୍ୟାନ ନନ୍ଦନକାନନ ପାଇଛି ସ୍ୱତନ୍ତ୍ର ପରିଚୟ । ଦେଶର ଅନେକ ଚିଡ଼ିଆଖାନା ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ବାଘ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତଥାପି ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବା ଦରକାର ଯେଉଁଥିରେ  କି ବାଘଙ୍କ ପ୍ରଜାତି ବୃଦ୍ଧି ପାଇବ । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ରାଜ୍ୟରେ ବାଘଙ୍କ  ସଂଖ୍ୟା ବୃଦ୍ଧି ଓ ଶିକାରୀଙ୍କ ଲୋଲୁପଦୃଷ୍ଟିରୁ କିପରି ସେମାନେ ରକ୍ଷା ପାଇବେ ଏହା  ରାଜ୍ୟ ସରକାରଙ୍କ ସମେତ ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ । ଆଜିର ଦିନରେ  ନନ୍ଦନକାନନ ବାଘଙ୍କ ପ୍ରେମ କାହାଣୀ ଆମକୁ ସେହି ଦିଗଟି ପ୍ରତି ଆକର୍ଷିତ କରୁଛି,  ଯାହା ସେମାନଙ୍କ ବଂଶ

ପ୍ରାଣୀ  ଉଦ୍ୟାନ ନନ୍ଦନକାନନ ବାଘ ପ୍ରେମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି  ଆସିଛି । ପ୍ରାଣୀ ଉଦ୍ୟାନ ଏପରି  ପ୍ରାକୃତିକ ପରିବେଶ ମଧ୍ୟରେ  ରହିଛି ଯେଉଁଠିକି ଆକୃଷ୍ଟ ହୋଇ ଜଙ୍ଗଲୀ ବାଘ ବାଘୁଣୀ ପଶି ଆସିଥିବା ନଜିର ରହିଛି । ଓଡ଼ିଶାର ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳରୁ ଚନ୍ଦକା ଜଙ୍ଗଲ ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବାଘ, ବାଘୁଣୀ  ପଶି ଆସିଥିଲେ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଥିଲା ।  

୧୯୬୭ ମସିହା ଜାନୁୟାରୀ ୪ ତାରିଖରେ  ‘କାନନ’ ନାମକ ଏକ ବାଘୁଣୀ ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘ ‘ପ୍ରଦୀପ’ ପ୍ରେମରେ ପଡ଼ି ମାଇଲ ମାଇଲ ଜଙ୍ଗଲ ପାର କରି ପ୍ରାଣୀ ଉଦ୍ୟାନ ମଧ୍ୟକୁ ପଶିଆସିଥିଲା । ‘କାନନ’ ପ୍ରାଣୀ ଉଦ୍ୟାନ ମଧ୍ୟରେ  ପ୍ରାୟ ୧୧ ବର୍ଷ ପର୍ଯ୍ୟଟକଙ୍କ ମନୋରଞ୍ଜନର କେନ୍ଦ୍ରବିନ୍ଦୁ ଥିବା ବେଳେ ୧୯୭୮ ମସିହା ଜୁଲାଇ ୨୧ରେ ତା’ର  ମୃତ୍ୟୁ ହୋଇଥିଲା । "କାନନ'କୁ ମନେରଖିବା ପାଇଁ ପ୍ରାଣୀ ଉଦ୍ୟାନର ଏକ ଛକର ନାମ କାନନ ଛକ ନାମିତ ହେବା ସହିତ ସେଠାରେ ତା’ର ପ୍ରତିମୂର୍ତ୍ତି ରଖାଯାଇଛି ।  

୨୦୧୩ ମସିହା ମାର୍ଚ୍ଚ ୨୪ରେ ‘ନନ୍ଦନ’ ନାମକ ଏକ ଜଙ୍ଗଲି ମହାବଳ ବାଘ ପ୍ରାଣୀ ଉଦ୍ୟାନର ବାଘୁଣୀ ‘ସାରା’ ପ୍ରେମରେ ପଡ଼ି  ନନ୍ଦନକାନନ ତାରଜାଲି ଡେଇଁ ଭିତରକୁ ପ୍ରବେଶ କରିଥିଲା । କିନ୍ତୁ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ସାରା’ ସହିତ ‘ନନ୍ଦନ’ର ମିଳନ  ହୋଇପାରିନଥିଲା  । ୨୦୧୬ ମସିହାରେ ନନ୍ଦନକାନନରେ ଜନ୍ମିତ  ବାଘୁଣୀ ‘ମେଘା’ ସହିତ ଓ ୨୦୨୩ରେ ବାଘୁଣୀ ‘ଅଙ୍କିତା’ ସହିତ  ‘ନନ୍ଦନ’ର ମିଳନ କରାଯାଇ ୯ଟି (ବାହୁବଳୀ , କୁନ୍ଦନ, ଅଭୟ,  ବିବେକ, ସୋହିନୀ, ଅମିତ, ଜୟଶ୍ରୀ, ଶ୍ରୀ, ତୃପ୍ତି) ଜଙ୍ଗଲୀ ବାଘ  ନନ୍ଦନକାନନକୁ ମିଳିଥିଲା । 

ଗତ ମେ ମାସ ୧୧ ତାରିଖରେ ‘ନନ୍ଦନ’  ପ୍ରାଣୀ ଉଦ୍ୟାନରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା । କର୍ତ୍ତୃପକ୍ଷ  ତା’ପାଇଁ ମଧ୍ୟ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯୋଜନା ରଖିଛନ୍ତି । ବର୍ତ୍ତମାନ ନନ୍ଦନକାନନରେ ୩ ପ୍ରଜାତିର ୨୯ଟି ବାଘ ରହିଛନ୍ତି ।  ସେଥିମଧ୍ୟରୁ ୬ଟି ଧଳା, ୪ଟି କଳା ଓ ୧୯ଟି ସାଧାରଣ ରଙ୍ଗର  ବାଘ ଓ ବାଘୁଣୀ ଅଛନ୍ତି । ଆମେ ଯଦି ବିଗତ ବାଘ ଦିବସରେ  ବାଘଙ୍କ ସଂଖ୍ୟା ଦେଖିବା ତେବେ ୨୦୨୦ ମସିହାରେ ୨ ଟି ( ୭ଟି  ଧଳା , ୪ଟି କଳା ଓ ୧୬ଟି ସାଧାରଣ) ବାଘ ଥିଲେ । ୨୦୨୧  ମସିହାରେ ୨୭ଟି (୬ଟି ଧଳା ,୩ଟି କଳା ଓ ୧୮ଟି ସାଧାରଣ  ରଙ୍ଗ) ବାଘ ଥିଲେ । ୨୦୨୨ରେ ୨୬ଟି (୭ଟି ଧଳା,୩ଟି କଳା  ଓ ୧୬ ଟି ସାଧାରଣ ରଙ୍ଗ) ବାଘ ଥିଲେ । 

୨୦୨୩ରେ ୨୭ଟି  ( ଧଳା ୭ଟି , କଳା ୩ଟି ଓ ସାଧାରଣ ରଙ୍ଗର ୧୭) ଟି ବାଘ  ଥିଲେ । ୨୦୨୪ ରେ ୨୫ଟି ( ୫ଟି ଧଳା , ୫ଟି କଳା ଓ ୧୫ଟି  ସାଧାରଣ ରଙ୍ଗ)ର ବାଘ ଥିଲେ । ତେବେ ଇତିମଧ୍ୟରେ ବାହାର  ଚିଡ଼ିଆଖାନାରୁ ଅଦଳବଦଳ ପ୍ରକ୍ରିୟାରେ କିଛି ବାଘକୁ ଅଣାଯାଇଛି ।  କିଛି ଜନ୍ମ ହୋଇଛନ୍ତି । କିଛି ଆଖି ବୁଝିଛନ୍ତି । ସବୁଠାରୁ ବଡ଼ କଥା  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା କର୍ମଚାରୀ ଓ ଅଧିକାରୀମାନେ  ନିଜ ପ୍ରୟାସରେ ଭିନ୍ନ ଭିନ୍ନ ବାଘକୁ ମିଳନ କରାଇ ଏଠାରେ ଧଳା ଓ  କଳା ବାଘ ସୃଷ୍ଟି କରିବାର ଏକ ବିରଳ ରେକର୍ଡ ସୃଷ୍ଟି କରିପାରିଛ ବିସ୍ତାରରେ ସହାୟକ ହୋଇପାରିବ ।

କଳା ଓ ଧଳା ବାଘ ପାଇଁ ଗର୍ବ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କଳା ଓ ଧଳା ବାଘ ଜନ୍ମ ହୋଇ  ସାରା ବିଶ୍ୱରେ ଇତିହାସ ସୃଷ୍ଟି କରିଛି । ଏବେ କଳା ଓ ଧଳା ବାଘ ସଂଖ୍ୟା ହ୍ରାସ ପାଇଥିଲେ ହେଁ ପ୍ରାଣୀ ଉଦ୍ୟାନରେ ୪ଟି କଳା ବାଘ  ଅଛନ୍ତି । ୨୦୧୪ ଜୁଲାଇ ୨୭ରେ ସାଧାରଣ ରଙ୍ଗର ମହାବଳ ବାଘ  ମନୀଷ ଓ ଧଳା ବାଘୁଣୀ ସ୍ନେହା ମିଳନରେ ପ୍ରଥମ ଥର ପାଇଁ କଳା  ବାଘ କ୍ରିଷ୍ଣା ଜନ୍ମ ନେଇଥିଲା । ୨୦୧୮ ଡିସେମ୍ବର ୨୨ରେ ବାଘ  ସମ୍ରାଟ ଓ ବାଘୁଣୀ ରେଣୁଙ୍କ ମିଳନରେ ଦୁଇ ବାଘ ବାସୁ ଓ  ସ୍ପନ୍ଦନ ଜନ୍ମ ଲାଭ କରିଥିଲେ । ଏବେ ବାଘ ବଂଶ ବୃଦ୍ଧି ପାଇଁ  ରାଞ୍ଚିରୁ ଗୋଟିଏ ମାଈ କଳା ଓ ସେହି ପ୍ରଜାତିର ସାଧାରଣ  ରଙ୍ଗର ମାଈ ବାଘୁଣୀ ଅଣାଯାଇଛି ।   

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଧଳା ବାଘ ପାଇଁ ସାରା  ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା ।  ଏପରିକି ଧଳା ବାଘ ବୃଦ୍ଧି ପାଇବାରୁ ଧଳା ବାଘ ସଫାରୀ  ନିର୍ମାଣ କରାଯାଇଥିଲା । ୧୯୮୦ ମସିହାରେ ସାଧାରଣ  ରଙ୍ଗର ବାଘୁଣୀ ଗଙ୍ଗା ଓ ସାଧାରଣ ରଙ୍ଗର ମହାବଳ  ବାଘ ଦୀପକ ମିଳନରୁ ୩ଟି ଧଳା ବାଘ(ଦେବବ୍ରତ,  ଅଳକା ଓ ନନ୍ଦ) ଜନ୍ମ ହୋଇଥିଲେ । ଏହା ପରଠାରୁ  ବାଘ ସଂଖ୍ୟା ବୃଦ୍ଧି ପାଇ ୨୦୦୦ ମସିହା ସୁଦ୍ଧା ପ୍ରାଣୀ  ଉଦ୍ୟାନରେ ବାଘ ସଂଖ୍ୟା ପ୍ରାୟ ୩୪ରେ ପହଞ୍ଚିଥିଲା । ଧଳା  ବାଘ ସଂଖ୍ୟା ବୃଦ୍ଧି ହେବାରୁ ପ୍ରାଣୀ ଉଦ୍ୟାନରେ ଧଳା ବାଘ ସଫାରୀ  ପ୍ରତିଷ୍ଠା ହୋଇଥିଲା । ସମୟକ୍ରମେ ଧଳା ବାଘ ସଂଖ୍ୟା ହ୍ରାସପାଇବା  ଫଳରେ ଧଳା ବାଘ ସଫାରୀକୁ ବନ୍ଦ କରାଯାଇ ସାଧାରଣ ବାଘ  ଛଡ଼ାଯାଉଛି । ଏବେ ପ୍ରାଣୀ ଉଦ୍ୟାନରେ ମାତ୍ର ୬ଟି ଧଳା ବାଘ ଅଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.