ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଜମିବାଡ଼ି କାରବାରରେ ୟୁଏଏନ୍‌ ବାଧ୍ୟତାମୂଳକ, ନିର୍ଦ୍ଦେଶନାମା ଜାରି କଲା ବିଡିଏ

Published By : Rasmita Pradhan | July 30, 2025 10:21 AM

ଭୁବନେଶ୍ୱର, ୩୦/୦୭ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ଘର ଆବଣ୍ଟନ, ଫ୍ରି ହୋଲ୍ଡ କିମ୍ବା ଋଣ ପାଇଁ ଏନ୍‌ଓସି । ଆଉ ବାରମ୍ବାର ବିଡିଏରେ ଫାଇଲ ଖୋଜିବାକୁ ପଡିବନି। ଏଣିକି କମ୍ପ୍ୟୁଟରରେ ବିଭାଗୀୟ ୱେବ୍‌ସାଇଟ୍‌ ଖୋଲି ୟୁଏଏନ୍‌ ନମ୍ବର ଦାଖଲ କରିବା କ୍ଷଣି ଆସିଯିବ ସବୁ ବିବରଣୀ। ନିର୍ଦ୍ଦେଶନାମା ଜାରି କଲା ବିଡିଏ। ଜମିବାଡ଼ି କାରବାରରେ ୟୁଏଏନ୍‌ ବାଧ୍ୟତାମୂଳକ। ଅଗଷ୍ଟ ୩୧ ସୁଦ୍ଧା ୟୁଏଏନ୍‌ ନମ୍ବର ଜେନେରେଟ୍‌ କରିବାକୁ ସମସ୍ତ ଗ୍ରାହକଙ୍କୁ ନିର୍ଦ୍ଦେଶ। 

ଏହି ୟୁଏଏନ୍‌ ବିଭିନ୍ନ ପୂର୍ବ ଓ ପରବର୍ତ୍ତୀ ଆବଣ୍ଟନ ସେବା ପାଇଁ ବାଧ୍ୟତାମୂଳକ ରହିବ। ସଂପୃକ୍ତ ସେବାଗୁଡ଼ିକ ମଧ୍ୟରେ ସମ୍ପତ୍ତି ଆବଣ୍ଟନ, ଲିଜ୍‌ ଡିଡ୍‌ କାର୍ଯ୍ୟକାରୀ କରିବା, ଋଣ ପାଇଁ ଏନଓସି, ସମ୍ପତ୍ତି ହସ୍ତାନ୍ତର ଏବଂ ଲିଜ୍‌ହୋଲ୍ଡରୁ ଫ୍ରିହୋଲ୍ଡ ଜମି ପରିବର୍ତ୍ତନ ଭଳି ସେବା ଅନ୍ତର୍ଭୁକ୍ତ ରହିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି । ଆବେଦନକାରୀମାନେ ବିଡିଏର ସରକାରୀ ୱେବସାଇଟ୍‌ରେ ଏହି ୟୁଏଏନ୍‌ ତିଆରି କରିପାରିବେ । ପରି, ଲିଜ୍‌ହୋଲ୍ଡ ସମ୍ପତ୍ତିକୁ ଫ୍ରିହୋଲ୍ଡରେ ପରିବର୍ତ୍ତନ କରିବା ପାଇଁ ଚାଲୁଥିବା ପ୍ରକ୍ରିୟାରେ ବିଡିଏ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ଲିଜ୍ ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପାଇଁ ପ୍ରାପ୍ତ ୧,୨୫୦ଟି ଆବେଦନ ମଧ୍ୟରୁ ଏପର୍ଯ୍ୟନ୍ତ ୭୪୩ଟି ଆବେଦନ ସଫଳତାର ସହିତ ପଞ୍ଜୀକୃତ କରିଛି। 

ଉଲ୍ଲେଖନୀୟ ଯେ, ଆବେଦନକାରୀ ୮୪୩ଟି ଆବେଦନ ବିଡିଏ ଅନଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ଦାଖଲ କରିଛନ୍ତି । ଯାହା ଡିଜିଟାଲ୍‌ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ଆଗ୍ରହକୁ ପ୍ରତିଫଳିତ କରୁଛି । ଫ୍ରିହୋଲ୍ଡ ପାଇବା କ୍ଷେତ୍ରରେ ଯୋଗ୍ୟ ହେବା ପାଇଁ ବ୍ୟକ୍ତିଙ୍କୁ ନିଜ ପ୍ଲଟରେ ଗୃହ ନିର୍ମାଣ କରି ଅତି କମରେ ପାଞ୍ଚ ବର୍ଷ ଧରି ସେଠାରେ ବସବାସ କରିଥିବା ଆବଶ୍ୟକ । ଏହା ସହ ପରିବର୍ତ୍ତନ ପାଇଁ ଆବେଦନ କରିବା ପୂର୍ବରୁ ବିଡିଏ ସହ ଏକ ବୈଧ ଲିଜ୍‌ ଡିଡ୍‌ ହୋଇଥିବା ଜରୁରି । ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଅଧୀନରେ ୨୭ଟି ଗୃହ ଯୋଜନା ଅନ୍ତର୍ଭୁକ୍ତ ହୋଇଥିବା ନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ ପୋଖରୀପୁଟ ପର୍ଯ୍ୟାୟ-୧, ପର୍ଯ୍ୟାୟ-୨ ଏବଂ ପର୍ଯ୍ୟାୟ-୩, ଚନ୍ଦ୍ରଶେଖରପୁରର ପ୍ରାଚୀ ଏନକ୍ଲେଭ, ଲୁମ୍ବିନୀ ବିହାର, ପାତ୍ରପଡ଼ାର ଉଦୟଗିରି ବିହାର ଏବଂ ଭୀମପୁରର ଲିଙ୍ଗରାଜ ବିହାର ଅନ୍ତର୍ଭୁକ୍ତ । ଆବାସିକ ପ୍ଲଟ ଫ୍ରିହୋଲ୍ଡ ପରିବର୍ତ୍ତନ ଶୁଳ୍କ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୪ ବର୍ଷ ପାଇଁ ସ୍ଥିର କରାଯାଇଥିବା ଘରୋଇ ଜମିର ସର୍ବଶେଷ ବେଞ୍ଚ୍‌ମାର୍କ ମୂଲ୍ୟର ୩ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏହାଛଡା ଯେଉଁ ଆବେଦନକାରୀଙ୍କ ପ୍ଲଟ୍‌ ବନ୍ଧକ ରଖାଯାଇଛି, ସେମାନଙ୍କୁ ସମ୍ପୃକ୍ତ ଆର୍ଥିକ ସଂସ୍ଥାରୁ ଏକ ଏନଓସି ଦାଖଲ କରିବାକୁ ହେବ । ଏହା ସହିତ, କୌଣସି ଦେୱାନୀ ବିବାଦ ନ ଥିବା ଏକ ଶପଥପତ୍ର ମଧ୍ୟ ଦାଖଲ କରିବା ଆବଶ୍ୟକ । ଯଦି କୌଣସି ମାମଲା ବିଚାରାଧୀନ ଥାଏ, ତେବେ କୋର୍ଟ ଚୂଡ଼ାନ୍ତ ରାୟ ପ୍ରଦାନ କରିବା ପରେ ହିଁ ଆବେଦନ ଉପରେ ବିଚାର କରାଯିବ ବୋଲି କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.