ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ବିଏମ୍‌ସି କମିଶନର ଭାବେ ଦାୟିତ୍ୱ ନେଲେ ଚଞ୍ଚଳ ରାଣା, ଜଳବନ୍ଦୀ ହଟାଇବାକୁ ଆସିବ ନୂଆ ମାଷ୍ଟରପ୍ଲାନ

Published By : Ankita S | July 30, 2025 9:09 AM

ଭୁବନେଶ୍ୱର,୩୦/୦୭: ସହର ଜଳବନ୍ଦୀ ହଟାଇବାକୁ ନୂଆ ମାଷ୍ଟରପ୍ଲାନ କରାଯିବ । ପାଣି ନିଷ୍କାସନ ବାଟ ରୋକୁଥିବା ଜବରଦଖଲ ହଟାଯିବ । ସ୍ୱଚ୍ଛ ଓ ସବୁଜ ଭୁବନେଶ୍ୱର ଗଢ଼ି ତୋଳିବା ଉପରେ ଫୋକସ ରହିବ । ଜନସେବାକୁ ପ୍ରାଥମିକତା ଦେବାକୁ ଆମର ଲକ୍ଷ୍ୟ ରହିଛି । ମଙ୍ଗଳବାର ବିଏମ୍‌ସି କମିଶନର ଭାବେ ଚଞ୍ଚଳ ରାଣା ଯୋଗ ଦେବା ଅବସରରେ ଏହା କହିଛନ୍ତି । ଚଞ୍ଚଳ ରାଣା ବିଏମ୍‌ସି ଅଫିସରେ ପହଞ୍ଚି ଅତିରିକ୍ତ କମିଶନରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ସେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁରଙ୍କ ସହ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟରମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ । 

ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ, ''ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚିବାରେ ବିଏମ୍‌ସି ସେତୁ ଭଳି କାମ କରିବ । ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଦିଆଯିବ । ବିଏମ୍‌ସିକୁ ଆସୁଥିବା ସମସ୍ତ ଅଭିଯୋଗକୁ ୨୪ ଘଣ୍ଟା ଭିତରେ ସମାଧାନ କରିବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାଗରିକମାନଙ୍କ ସହଯୋଗ, ସଫେଇ କର୍ମୀ ଓ କର୍ମଚାରୀଙ୍କ ଉଦ୍ୟମ, କଠୋର ପରିଶ୍ରମ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ରେ ଭୁବନେଶ୍ୱର ମହାନଗର ନିଗମ ଦେଶରେ ନବମ ସ୍ଥାନ ହାସଲ କରିଛି ।''

ଉପ-ବିଭାଗର ଡେପୁଟି କମିଶନରଙ୍କୁ ଡାକି ଆଲୋଚନା କରିଥିଲେ ବିଏମ୍‌ସି କମିଶନର । ବୁଧବାର ହେବାକୁ ଥିବା କର୍ପୋରେସନ ବୈଠକରେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରସ୍ତାବର ସମୀକ୍ଷା କରିଥିଲେ ନୂଆ କମିଶନର । ସେହିପରି ସ୍ୱାୟତ୍ତ ଶାସନ ଦିବସ ଅନେକ ଗୁଡିଏ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ।  ଜଳବନ୍ଦୀ ହେଉଥିବା ସ୍ଥାନକୁ ଚିହ୍ନଟ କରି ଏହାର ସ୍ଥାୟୀ ସମାଧାନ କରିବାକୁ ଡ୍ରେନେଜ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।ସେହିପରି ର‌୍ୟାପିଡ୍‌ ଆକ୍ସନ ଟିମ୍‌କୁ ଅଧିକ କ୍ରିୟାଶୀଳ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.