ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଶରଧାବାଲି ଦଳାଚକଟା ଘଟଣା: ମାସେ ବିତିଲା ତଦନ୍ତ ରିପୋର୍ଟ ଆସିଲାନି

Published By : Manoj | July 30, 2025 10:56 AM

ପୁରୀ,୩୦/୦୭: ଚଳିତ ବର୍ଷ ରଥଯାତ୍ରାର ପରଦିନ ଶରଧାବାଲିରେ ଘଟିଥିଲା ହୃଦୟ ବିଦାରକ ଦଳାଚକଟା ଘଟଣା । ଏହି ଅଘଟଣରେ  ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଅନେକ ଆହତ ହୋଇଥିଲେ । ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ଉନ୍ନୟନ କମିଶନରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ । ଗତ ମାସ ୨୮ ତାରିଖରେ  ଘଟଣା ଘଟିଥିବା ବେଳେ ୨୯ ତାରିଖରେ ଏହି  ଘଟଣାର ନିର୍ଦ୍ଦେଶନାମା ଜାରି ହୋଇଥିଲା ।  ଯାହାର ତଦନ୍ତ ମାସକ ମଧ୍ୟରେ ସାରିବାକୁ  ସରକାର ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଏହି ନିର୍ଦ୍ଦେନାମାକୁ ମାସେ ପୂରିଛି । ଏହି ମାମଲାର  ତଦନ୍ତ ହେଲା, ମାସେ ବି ପୂରିଲା । କିନ୍ତୁ ତଦନ୍ତରୁ  କ’ଣ ଜଣାପଡ଼ିଲା ତାହା ସ୍ପଷ୍ଟ ହୋଇନି ।  

ମାମଲାର ତଦନ୍ତ କରୁଥିବା ଉନ୍ନୟନ  କମିଶନର ସେଦିନ ଡ୍ୟୁଟିରେ ମୁତୟନ  ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସମେତ  ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ,  ସାଧାରଣ ଲୋକ ଏବଂ ଅନ୍ୟମାନଙ୍କୁ  ପଚରାଉଚରା କରିବା ସହିତ ଘଟଣା ସମ୍ପର୍କରେ  ମତ ରଖିଥିଲେ । ଏପରିକି ତଥ୍ୟ ମଧ୍ୟ  ଯୋଗାଡ଼ କରିଥିଲେ । ସମସ୍ତ ବୟାନକୁ ରେକର୍ଡ  କରାଯାଇଥିଲା । ସେହିପରି ସ୍ୱତନ୍ତ୍ର ୱାଟର୍ସ  ଆପ୍‌ ଓ ଇମେଲ୍‌ ଯୋଗେ ଫଟୋ ଏବଂ ଭିଡିଓ  ମଧ୍ୟ ଲୋକଙ୍କଠାରୁ ଆହ୍ୱାନ କରାଯାଇଥିଲା ।  

ପ୍ରଶାସନ ପାଖରେ ରଥଯାତ୍ରା ବେଳେ ଲାଗିଥିବା ଏଏଆଇ କ୍ୟାମେରା ଭିଡିଓ ଫୁଟେଜ୍‌ରେ ସମସ୍ତ  ଅଘଟଣର ଦୃଶ୍ୟ ସହିତ ଦାୟିତ୍ୱରେ ଖିଲାପ  କରିଥିବା ପ୍ରଶାସନିକ ଅଧିକାରୀଙ୍କ ବିଷୟରେ  ସମସ୍ତ ତଥ୍ୟ ରହିଛି । ମାତ୍ର ଏପର୍ଯ୍ୟନ୍ତ ସରକାର  ଏହି ଘଟଣାରେ ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ  ନେଇନାହାନ୍ତି । ଅଘଟଣ ପରଦିନ କେବଳ  ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ  କରାଯାଇଥିଲା । ଯେତେବେଳେ କି ଜିଲ୍ଲାପାଳ  ଓ ଏସ୍‌ପିଙ୍କ ତତ୍କାଳ ବଦଳି କରାଯାଇଥିଲା ।  ଏହି ଅଘଟଣ ପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ  ପ୍ରଶାସନ ସ୍ପଷ୍ଟ କରିନି କିମ୍ବା ସେମାନଙ୍କ  ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.