ଭୁବନେଶ୍ୱର,୩୦/୦୭: ବୁଧବାର ରାଜ୍ୟର ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ମଙ୍ଗଳବାର ଟିଟିଲାଗଡ଼ରେ ୩୯ମିମି, ଭୁବନେଶ୍ୱରରେ ୩୭.୪ ମିମି, ନୂଆପଡ଼ାରେ ୨୩, ବଲାଙ୍ଗିରରେ ୨୨.୨, ଖୋର୍ଦ୍ଧାରେ ୧୨, ଚାନ୍ଦବାଲି, ଖୋର୍ଦ୍ଧାରେ ୧୨ ଓ ଛତ୍ରପୁରରେ ୧୦.୬ ମିମି ବର୍ଷା ରେକର୍ଡ ହୋଇଛି।