ପ୍ରମୂଖ ଖବର
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ରାଜଧାନୀରେ ଜମୁଛି ରାଜସ୍ଥାନୀ କଟନ୍‌ ଫ୍ୟାବ୍‌, କମ୍‌ ଦାମ୍‌ରେ ଆକର୍ଷଣୀୟ ଜିନିଷ

Published By : Rasmita Pradhan | July 30, 2025 2:13 PM

ଭୁବନେଶ୍ୱର, ୩୦/୦୭ : ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଜମୁଛି ରାଜସ୍ଥାନୀ କଟନ୍ ଫ୍ୟାବ୍। ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁଛି ପ୍ରଦର୍ଶନୀ। ଏହି ମେଳାରେ ରଜସ୍ଥାନର ହାତ ତିଆରି ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରି ହେଉଛି। ମେଳା ପରିସରରେ ୨୦୦ରୁ ଅଧିକ ଷ୍ଟଲ ପଡ଼ିଛି। ପ୍ରତିଟି ଷ୍ଟଲ୍‌ରେ ଭିନ୍ନ ଧରଣର ସାମଗ୍ରୀ ଦେଖିବାକୁ ମିଳୁଛି। 

ଶାଢ଼ିଠାରୁ ଆରମ୍ଭ କରି ପୁଅଙ୍କ ସାର୍ଟ, କୁର୍ତ୍ତା, ଝିଅଙ୍କ ଡ୍ରେସ କପଡ଼ା, ଗାଉନ୍‌, ସବୁ ପ୍ରକାର ଜିନିଷ ଏଠାରେ ମିଳୁଛି । ବିଭିନ୍ନ ଡିଜାଇନ୍‌ର ଚୁଡ଼ି କିଣିବାକୁ ଲୋକଙ୍କ ଭିଡ଼ ଜମୁଛି । ପାଣି ଚୁଡିଠାରୁ ଆରମ୍ଭ କରି ଷ୍ଟୋନ୍‌ ଚୁଡ଼ି, ଲାଖ ଚୁଡ଼ି, ଗୋଲଡେନ୍‌ ଚୁଡ଼ି, ଗ୍ଲାସ ଷ୍ଟୋନ୍‌ ଚୁଡ଼ି, ପ୍ଲାଷ୍ଟିକ୍‌ ଡିଜାଇନ୍‌ ଚୁଡ଼ି ସହ ଅନେକ ଭେରାଇଟ୍‌ର ଚୁଡ଼ି ମିଳୁଛି । ଯାହାର ଦାମ୍‌ ୧୦୦ଟଙ୍କାରୁ ଆରମ୍ଭ । ଦୁଇପଟ ଚୁଡି ୧୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ସେଟ୍‌ ଚୁଡ଼ିଗୁଡ଼ିକ ୫୦୦ଟଙ୍କାରେ ଗ୍ରାହକଙ୍କୁ ଦିଆଯାଉଛି । 

ବନାରସୀ ଷ୍ଟଲରେ ବି ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏଠାରେ ଖଦୀ ସିଲ୍କ ଶାଢ଼ି ୧୬୦୦ଟଙ୍କାରୁ ଆରମ୍ଭ ହେଉଛି । ୧୦୦୦ ଟଙ୍କାରେ କଟନ୍‌ ସିଲ୍କ ଶାଢ଼ି ମିଳୁଛି । ମସରାଇଜ କଟନ୍‌ ଶାଢ଼ି, ଦେଶୀ ଟସର ସିଲ୍କ(୨୫୦୦ ଟଙ୍କା), ଚିକୁ କଟୋଲା ସଫ୍ଟ ସିଲ୍କ, ଚନ୍ଦେରୀ ସିଲ୍କ ଭଳି ଶାଢ଼ି ଏହି ଷ୍ଟଲରେ ଭଲ ଦାମ୍‌ରେ ମିଳୁଛି । ମେଳାରେ ବସ୍ତ୍ର ସାଙ୍ଗକୁ କାଠର ଫର୍ଣ୍ଣିଚର, ମସାଜ ସାମଗ୍ରୀ, ଘରସଜା ଜିନିଷ, ବିଭିନ୍ନ ପ୍ରକାର ଆଚାର, କସ୍‌ମେଟିକ୍‌ ଆଦି ଉପଲବ୍ଧ । ପ୍ରଦର୍ଶନୀର କିଣାକିଣି ଉପରେ ୨୦ପ୍ରତିଶତ ଅଫ୍ ରହିଛି । ଏହା ପାଇଁ ପ୍ରବେଶ ଶୁଳ୍କ ସମ୍ପୂର୍ଣ୍ଣ ମାଗଣା । ମେଳାରେ ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆସାମ, ପଣ୍ଡିଚେରୀ ଆଦି ଅନେକ ରାଜ୍ୟର ଷ୍ଟଲ ପଡ଼ିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.