ଭୁବନେଶ୍ବର, ୯।୧୨ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା। ସ୍ଵଚ୍ଚ ସାଥି ଚାକିରୀରେ ପୁନଃ ଥଇଥାନ ଦାବିରେ ଜଣେ ମହିଳା ଧାରଣା ଦେଇଛନ୍ତି।
ପାର୍ବତୀ ରେଡ୍ଡୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଏସ ଏଚ ଜି ରୁ ସ୍ବଚ୍ଛ ସାଥି ଭାବେ କାର୍ଯ୍ୟ ପାଇଁ ମନୋନୀତ କରା ଯାଇଥିଲା। କିନ୍ତୁ ନିଯୁକ୍ତି ପାଇଥିବା ୧୨ନମ୍ବର ୱାର୍ଡରେ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆସିବା ପରେ ବିଇ ଏମ ସି ପକ୍ଷରୁ ତଦନ୍ତ କରାଯାଉ ସମ୍ପୃକ୍ତ ପଦବୀରୁ ବିତାଡିତ କରା ଯାଇଛି। ଉପଯୁକ୍ତ ତଦନ୍ତ କରାଯାଇ ଚାକିରୀରେ ପୁନଃ ଥଇଥାନ କରିବାକୁ ମହିଳା ଜଣକ ଦାବି କରି ଧାରଣା ଦେଇଛନ୍ତି। ସେପଟେ ତଦନ୍ତ କରାଯାଇ ପୂର୍ବ କମିଶନର ଉପଯୁକ୍ତ ପଦକ୍ଷେପ ନେଇଥିବା କମିଶନର କହିଛନ୍ତି।