ଟାଙ୍ଗୀ,୨୬।୧୧ ଚାନ୍ଦପୁର ଥାନା ଅଧୀନ ଗୈ।ରଚନ୍ଦ୍ରପୁର ଛକ ନିକଟରେ ଏକ ଅଟୋକୁ ଟ୍ରକ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ହେଲେ ବାଣପୁର ଅଞ୍ଚଳର ରାଜଲକ୍ଷ୍ମୀ ପଟ୍ଟନାୟକ ।
ଭୁବନେଶ୍ୱରରୁ ବାଣପୁର ଏକ ଅଟୋ ଯାତ୍ରୀଙ୍କୁ ଧରି ଯାଉଥିଲା। ଚାନ୍ଦପୁର ଥାନା ଅଧୀନ ଗୈ।ରଚନ୍ଦ୍ରପୁର ଛକ ନିକଟରେ ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା। ଟ୍ରକ ଧକ୍କାରେ ଅଟୋଟି ଓଲଟି ପଡିଥିଲା। ଅଟୋରେ ବସିଥିବା ମହିଳା ଯାତ୍ରୀ ଛିଟିକି ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା । ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।