ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଚତୁର୍ଥ ଦିନରେ ବି ଅଚଳ ଗୃହ, ସୋମବାର ଯାଏ ରାଜ୍ୟସଭା ମୁଲତବୀ

Published By : Ankita S | November 29, 2024 12:05 PM

ନୂଆଦିଲ୍ଲୀ,୨୯/୧୧: ସଂସଦର ଶୀତ ଅଧିବେଶନର ଚତୁର୍ଥ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲାରେ ଅଚଳ ହୋଇଛି ଉଭୟ ଗୃହ । ଆଦାନୀ ଓ ମଣିପୁର ପ୍ରସଙ୍ଗରେ ଗୃହରେ ଆଲେଚନା ଦାବି କରି ବିରୋଧୀ ହଙ୍ଗାମା କରିଥିଲେ । ବାଚସ୍ପତି ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ କହିଥିଲେ ସୁଦ୍ଧା କେହି କର୍ଣ୍ଣାପାତ କରିନଥିଲେ । ହଟ୍ଟଗୋଳ ସ୍ଥିତି ଉପୁଜିବାରୁ ରାଜ୍ୟସଭାକୁ ସୋମବାର ଯାଏ ମୁଲତବୀ ରଖାଯାଇଛି । ଅପରାହ୍ନ ୧୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମବିର୍ଲା । 

ପୂର୍ବାହ୍ନ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ଆରମ୍ଭ ହେବା କ୍ଷଣି କଂଗ୍ରେସ ଓ ଅନ୍ୟ ବିରୋଧୀ ନେତା ଆଦାନୀ ଲାଞ୍ଚ ମାମଲା ଓ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ନେଇ ଦାବି କରିଥିଲେ । ବାଚସ୍ପତିଙ୍କଠୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ବିରୋଧୀ ହଙ୍ଗାମା କରିଥିଲେ ।   ବିରୋଧୀଙ୍କ ହଙ୍ଗାମା ନେଇ ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି, ଏହା କଦାଚିତ୍ ଗ୍ରହଣୀୟ ନୁହେଁ । ଆମେ ବହୁତ ଖରାପ ମିସାଲ ସୃଷ୍ଚି କରୁଛେ । ଆମ କାର୍ଯ୍ୟ ଲୋକକେନ୍ଦ୍ରିକ ନୁହେଁ । ଆମେ ଅପ୍ରଙ୍ଗିତ ହେଉଛେ ।

ଆଦାନୀ ପ୍ରସଙ୍ଗ ଉଠାଇଲା କଂଗ୍ରେସ- ସାଂସଦ ଗୁରୁଜିତ ସିଂ ଆଦାନୀ ପ୍ରସଙ୍ଗରେ ଆଲୋଚନା ନେଇ ଦାବି କରିଥିଲେ । ସେ କହିଥିଲେ, ଚର୍ଚ୍ଚାର ସବୁଠୁ ବଡ ବିଷୟ ହେଉଛି ଆଦାନୀ । ତାଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ପରେ ତାଙ୍କ ସହ ଅନେକ ଦେଶ ଚୁକ୍ତିନାମା ସମାପ୍ତ କରିଛନ୍ତି । ଏଥିରେ ଭାରତର ଛବି ଖରାପ ହେଉଛି । ସଂସଦରେ ଏହା ଉପରେ ଆଲୋଚନା ଚାହୁଁଛୁ ।

ମଣିପୁର ପ୍ରସଙ୍ଗରେ ଉଠାଇଲା ଟିଏମସି- ସାଂସଦ ସାଗରିକା ଘୋଷ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ନେଇ ଦାବି କରିଥିଲେ । ସେ କହିଥିଲେ ଗୃହ ଚଳାଇବା ସରକାରଙ୍କ ଦାୟିତ୍ବ । ଆମେ କେବଳ ଜନତାଙ୍କ ଜରୁରୀ ମୁଦ୍ଦା ଉଠାଇଛି । ମଣିପୁରରେ ୨୦ ସପ୍ତାହ ହେବ ଅଶାନ୍ତି ଲାଗି ରହିଛି । ପ୍ରଧାନମନ୍ତ୍ରୀ ଦିନେ ବି ମଣିପୁର ଗସ୍ତ କରିନାହାନ୍ତି । ମଣିପୁର କଣ ଭାରତର ଅଂଶ ନୁହେଁ । ସରକାର ଏହି ପ୍ରସଙ୍ଗ କାହିଁକି ଶୁଣୁନାହାନ୍ତି ।

ହଙ୍ଗାମା ଭିତରେ ୧୨ଟା ଯାଏ ଲୋକସଭା ମୁଲତବୀ- ରାଜ୍ୟସଭାରେ ହଙ୍ଗାମା ଭିତରେ ବି ଲୋକସଭାରେ ବିରୋଧୀଙ୍କ ହୋହାଲ୍ଲା ହୋଇଥିଲା । ଫଳରେ ଅପରାହ୍ନ ୧୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମବିର୍ଲା । ବାରମ୍ବାର ଗୃହ ଚଳାଇବାକୁ ବାଚସ୍ପତି ଆଗ୍ରହ୍ୟ କରିବା ପରେ ବି ଶୁଣି ନଥିଲେ ବିରୋଧୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.