ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

‘ ମୁଁ ବହୁତ ଟେନସନରେ ଅଛି, ବର୍ଡର ଯିବାକୁ ଚାହୁଁଛି ' : ଫିରୋଜପୁର ଅଭିମୁଖେ ବିଏସଏଫ୍ ଯବାନଙ୍କ ପତ୍ନୀ

Published By : Prameya | April 28, 2025 4:50 PM

ନୂଆଦିଲ୍ଲୀ : ଅଜାଣତରେ ଅନ୍ତରାଷ୍ଟ୍ରୀୟ ସୀମା ପାର କରି ପାକିସ୍ତାନରେ ପହଞ୍ଚି ଥିବା ବିଏସଏଫ୍‌ର ଯବାନ ପୂର୍ଣ୍ଣବ ସାହୁଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ବିଷୟରେ ଜାଣିବା ପାଇଁ ପଞ୍ଜାବର ଫିରୋଜପୁର ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ମିଡ଼ିଆ ସହ କଥାବାର୍ତ୍ତା ବେଳେ ରଜନୀ କହିଛନ୍ତି , ଯଦି ବିଏସଏଫ୍‌ର ଅଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କୁ କୌଣସି ସନ୍ତୋଷଜନକ ତଥ୍ୟ ନମିଳେ, ତ ସେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ନିଜ ସ୍ୱାମୀଙ୍କ ଫେରିବା ପାଇଁ ଅନୁରୋଧ କରିବା ପାଇଁ ସେଠାରୁ (ଫିରୋଜପୁର) ଦିଲ୍ଲୀ ଯିବେ।

ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ରହୁଥିବା ପୂର୍ଣ୍ଣବ ସାହୁ ବିଏସଏଫ୍‌ ୧୮୨ତମ ବାଟାଲିୟନରେ ଫିରୋଜପୁର ସୀମାରେ ମୁତୟନ ଥିଲେ। ୫ ଦିନ ପୂର୍ବେ ସେ ଅଜାଣତରେ ପାକିସ୍ତାନୀ ସୀମାକୁ ଚାଲି ଯାଇଥିଲେ। ଅଧିକାରୀଙ୍କ ମୁତାବିକ, ଏହି ଘଟଣା ସେହି ସମୟରେ ଘଟିଛି, ଯେବେ ପୂର୍ଣ୍ଣବ ସାହୁ ସୀମା ପାଖରେ ଚାଷୀଙ୍କର ଏକ ଗ୍ରୁପ୍‌କୁ ସୁରକ୍ଷା ଦେବା ପାଇଁ ତାଙ୍କ ସହ ଥିଲେ। ଏହି ସମୟରେ ସାହୁ ଏକ ଗଛ ତଳେ ବିଶ୍ରାମ ନେବାକୁ ଚାଲିଗଲେ ଏବଂ ଅଜାଣତରେ ପାକିସ୍ତାନୀ ସୀମା କ୍ଷେତ୍ରରେ ପହଞ୍ଚି ଗଲେ, ଏହାପରେ ତୁରନ୍ତ ତାଙ୍କୁ ପାକିସ୍ତାନୀ ରେଞ୍ଜର ମାନେ ହେପାଜତକୁ ନେଇଗଲା।

ଅଧିକାରୀମାନେ ଗୁରୁବାର କହିଥିଲେ ଯେ ,ସାହୁଙ୍କର ମୁକ୍ତି ନେଇ ଚର୍ଚ୍ଚା କରିବା ପାଇଁ ଭାରତୀୟ ଓ ପାକିସ୍ତାନୀ ସୈନିକଙ୍କ ମଧ୍ୟରେ ଫ୍ଲାଗ୍‌ ମିଟିଂ ହୋଇ ଥିଲା। କିନ୍ତୁ ତାଙ୍କର ପରିବାରକୁ ଅଧିକ ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ଯବାନଙ୍କ ଗର୍ଭବତୀ ପତ୍ନୀ କହିଛନ୍ତି ଯେ, ତାଙ୍କର ପୁଅ ଓ ୩ଜଣ ସଂପର୍କୀୟ ଚଣ୍ଡିଗଡ଼ ପାଇଁ ଉଡ଼ାଣ ଭରିବେ ଏବଂ ଏହପରେ ସେ ସ୍ୱାମୀଙ୍କ ବିଷୟରେ ଜାଣିବା ପାଇଁ ଭାରତ-ପାକ୍‌ ସୀମାର ଥିବା ଫିରୋଜପୁର ଯିବେ।

ରଜନୀ ରବିବାର ଗଣମାଧ୍ୟମକୁ କହିଛନ୍ତି, ମୁଁ ଖବର ଶୁଣିବା ପର ଠାରୁ ଖୁ୍ବ୍‌ ଦୁଃଖରେ ଥିଲି। ଆଜି ୫ମ ଦିନ ଓ ତାଙ୍କର ଫେରିବା ବିଷୟରେ କୌଣସି ସୂଚନା ନାହିଁ। ବିଏସଏଫ୍‌ର ଅଧିକାରୀ ଘରକୁ ଆସି ଥିଲେ। ସେମାନେ ମୋତେ ଚିନ୍ତା ନକରିବାକୁ କହିଥିଲେ , କିନ୍ତୁ ଏହା କେମିତି ହୋଇ ପାରିବ। ମୁଁ କାଲି ଚଣ୍ଡିଗଡ ପାଇଁ ବିମାନ ଟିକେଟ୍‌ ଆଣି ସାରିଛି। ସେଠାରୁ ମୁଁ ଫିରୋଜପୁର ଯିବି। ମୋ ପୁଅ ଓ ଆଉ ତିନିଜଣ ସଂପର୍କୀୟ ମୋ ସହ ଯିବେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.