ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଜ୍ବାଇଁ

ସମ୍ବଲପୁର,୨୨।୭ : ରେଢାଖୋଲ ଥାନା ପୋଡା ବଲଣ୍ଡା ଗାଁରେ  ଡବଲ ମର୍ଡର । ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା  କଲା ଜ୍ବାଇଁ । ଶଶ୍ବୁର ଘରକୁ ଯାଇ ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ହତ୍ୟା  କରିଛି । ମୃତକ ଦ୍ବୟ ହେଲେ ଗାୟତ୍ରୀ ସାହୁ ଓ ରୁକ୍ମଣୀ ସାହୁ । ଅଭିଯୁକ୍ତ ଜଣକ ହେଲେ ମିଥୁନ ସାହୁ । 

ପାରିବାରିକ ସମସ୍ୟାକୁ ନେଇ ଜ୍ୱାଇଁ ମିଥୁନ ସାହୁଙ୍କ ସହିତ ଗତ କିଛି ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା । ତା’ ସତ୍ବେ ମଧ୍ୟ୍ୟ ମିଥୁନ ଆଜକୁ ପ୍ରାୟ ୧୫ଦିନ ହେବ ଶାଶୁ ଘରକୁ ଆସି ଏକ ନୂତନ ଗୃହ ନିର୍ମାଣ କରୁଥଲେ। ଆଜି ସକାଳୁ ମିଥୁନଙ୍କ ସ୍ତ୍ରୀ ଓ ଶାଶୁ ମିଶି ତାଙ୍କୁ ଗାଳି ଗୁଲଜ କରିବା ସହିତ ଘରୁ ବାହାରି ଯିବାକୁ ବାଧ୍ୟ କରିବା ସହିତ ମାଡ଼ ମାରି ଥିଲେ। ତେବେ ନିର୍ଯ୍ୟାତନା ସହ୍ୟ କରି ନପାରି ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ମିଥୁନ ହତ୍ୟା କରିଥିଲେ।  ଘଟଣା ଘଟିବା ପରେ ମିଥୁନ ତାଙ୍କ ଦେଢ଼ ବର୍ଷ ର ଶିଶୁ ପୁତ୍ରକୁ ନେଇ ଥାନାରେ ଆତ୍ମ ସମର୍ପଣ କରିଥିଲେ। ପୁଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.