ମୁମ୍ବାଇ,୦୬/୦୨: ବଲିଉଡ଼ର ସବୁଠୁ ଜଣାଶୁଣା ଓ ସଫଳ ଅଭିନେତା ମଧ୍ୟରୁ ଅନ୍ୟତମ ସଲମାନ ଖାନ । ତାଙ୍କର ୩୦ ବର୍ଷରୁ ଅଧିକ ଫିଲ୍ମ କ୍ୟାରିଅର ମଧ୍ୟରେ ସେ ଅନେକ ସଫଳତା ହାସଲ କରିଛନ୍ତି। ଏନେଇ ଲୋକେ ତାଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଫ୍ୟାନ୍ସ ନିୟମିତ ଭାବରେ ଇଣ୍ଟରନେଟରେ ତାଙ୍କର ପ୍ରିୟ ସୁପରଷ୍ଟାରଙ୍କ ବିଷୟରେ ଗୁଗୁଲ ମଧ୍ୟ କରିଥାନ୍ତି । ତେବେ ୨୦୧୭ରେ ସଲମାନ ଖାନ୍ ଙ୍କର ଆପକି ଅଦାଲତ ସହିତ ହୋଇଥିବା ଏକ ସାକ୍ଷାତକାରର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପ୍ରଥମେ ତାଙ୍କୁ ପଚରାଯାଇଛି ଯେ, ସଲମାନ ଖାନ୍ କଣ ଖାଆନ୍ତି? ଯାହାର ଉତ୍ତରରେ ଅଭିନେତା ନିଜର ଅଲଗା ଅନ୍ଦାଜରେ କହିଛନ୍ତି ଯେ, ସବୁ କିଛି। ମୁଁ କେବଳ ଗୋମାଂସ ଓ ଘୁଷୁରୀ ମାଂସ ଖାଏନି ।
ସଲମାନ ଭିଡି଼ଓରେ ଆହୁରି ମଧ୍ୟ କହିଛନ୍ତି ଯେ, 'ଗାଈ ଆମର ଗୋମାତା । ମୁଁ ଗାଈଙ୍କୁ ନିଜର ମାଆ ବୋଲି ମାନେ । କାରଣ ମୋ ନିଜ ମାଆ ହିନ୍ଦୁ ଅଟନ୍ତି । ମୋ ପିତା ମୁସଲିମ ଅଟନ୍ତି । ମୋର ମାଆ ମୋ ଘରେ ରୁହନ୍ତି । ମୁଁ ସବୁ ଧର୍ମକୁ ବିଶ୍ବାସ କରେ। ସବୁ ଧର୍ମକୁ ବିଶ୍ବାସ କରିବା ଆବଶ୍ୟକ । ମୁଁ ପୂରା ହିନ୍ଦୁସ୍ଥାନ ଅଟେ ।' ସେହିପରି ଭିଡ଼ିଓରେ ପଚରାଯାଇଥିବା ଆଉ ଏକ ପ୍ରଶ୍ନ ଥିଲା, ସଲମାନ ଖାନଙ୍କର ଶାହରୁଖଙ୍କ ସହ କୌଣସି ସମ୍ବନ୍ଧ ରହିଛି ? ଯାହାରର ଉତ୍ତରରେ ମଜାଳିଆ ଅନ୍ଦାଜରେ ଅଭିନେତା କହିଛନ୍ତି , ହଁ ଭଲ ପାଇବା ଅଛି । ସେହିପରି ସେହି ସାକ୍ଷାତକାର ଭିଡିଓରେ ତାଙ୍କର ରିଲେସନସିପକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଏନେଇ ସେ ଉତ୍ତରରେ ହସିକି କହିଥିଲେ ଯେ, ହଁ ! ସଲମାନ ସବୁବେଳେ ରିଲେସନରେ ରୁହନ୍ତି । ଯାହାର ଉତ୍ତର ପରେ ଫ୍ୟାନ୍ସ ସଲମାନ ଖାନଙ୍କ ଜୀବନ ବିଷୟରେ ଆହୁରି ମଧ୍ୟ ଜାଣିବାକୁ ପାଇଥିଲେ । ସଲମାନ ତାଙ୍କ ବିଷୟରେ କିଛି ବି କଥା ଫ୍ୟାନ୍ସଙ୍କୁ ସେୟାର କରିବାରେ କୌଣସି ସଙ୍କୋଚ କରିନାହାଁନ୍ତି । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ ଫ୍ୟାନ୍ସ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି । କାରଣ ସେ ବଲିଉଡର ସବୁଠୁ ଲୋକପ୍ରିୟ ଓ ପ୍ରଭାବଶାଳୀ ତାରକା ମଧ୍ୟରୁ ଅନ୍ୟତମ ।