ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର

Published By : Prameya | December 14, 2024 7:39 AM

ଭୁବନେଶ୍ୱର,୧୪/୧୨: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ରାଉରକେଲାରେ ରାତି ତାପମାତ୍ରା ୮.୪  ଡିଗ୍ରୀ ସେଲସିୟସ୍‌କୁ ଖସିଛି । ୨୬ଟି  ସହରରେ ୧୫ ଡିଗ୍ରୀ ତଳେ ରହିଛି  ପାରଦ । ଆଗକୁ ଶୀତ ଆହୁରି ବଢ଼ିବ । ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ ।  ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ  ତଳେ ଥିବ । ଏମିତି ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ । 

ଶୁକ୍ରବାର ରାଉରକେଲାର ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । ୧୫  ତାରିଖରେ ରାଉରକେଲାରେ ୭ ଡିଗ୍ରୀକୁ  ଖସିବ ପାରଦ । ୧୬ ତାରିଖରେ ବି  ଜାଡ଼ରେ ଥରିବ ରାଉରକେଲା ଓ  ଏହାର ଆଖପାଖ ଅଞ୍ଚଳ । ଝାରସୁଗୁଡ଼ା,  ବୌଦ୍ଧ, ଫୁଲବାଣୀ ଓ କେନ୍ଦୁଝରରେ ୯  ଡିଗ୍ରୀ, ସୁନ୍ଦରଗଡ଼, ଭବାନୀପାଟଣା,  କୋରାପୁଟ, ଢେଙ୍କାନାଳ ଓ  ବାରିପଦାରେ ୧୦ ଡିଗ୍ରୀ, ବଲାଙ୍ଗୀରରେ  ରାତି ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍‌  ରହିବା ସମ୍ଭାବନା ଅଛି ବୋଲି ପାଣିପାଗ  ବିଭାଗ ଆକଳନ କରିଛି । 

ବୁଧବାର ରାଉରକେଲାରେ ରାତି  ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍‌  ଥିଲା । ଝାରସୁଗୁଡ଼ାରେ ତାପମାତ୍ରା  ୯.୮ ଡିଗ୍ରୀ, ଫୁଲବାଣୀରେ ୧୦ ଡିଗ୍ରୀ,  ବୌଦ୍ଧରେ ୧୦.୪, ଅନୁଗୁଳ ଓ  କେନ୍ଦୁଝରରେ ୧୦.୬, ଦାରିଙ୍ଗିବାଡ଼ିରେ  ୧୧ ଡିଗ୍ରୀ ଓ ଭବାନୀପାଟଣା ଓ  ସୁନ୍ଦରଗଡ଼ରେ ୧୧.୨ ଡିଗ୍ରୀ ରହିବା ଯୋଗୁ  ପ୍ରବଳ ଶୀତ ଅନୁଭୂତ ହୋଇଛି । ୨୬ଟି  ସହର ୧୫ ଡିଗ୍ରୀ ତଳକୁ ଖସି ଆସିଛି । 

୧୬ ତାରିଖ ଯାଏ ରାଜ୍ୟରେ ଏଭଳି  ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ  ଶୀତ ଆହୁରି ବଢ଼ିପାରେ । କିଛି ସ୍ଥାନରେ  ସର୍ବନିମ୍ନ ତାପମାତ୍ରା ଅଧ ଡିଗ୍ରୀରୁ ଏକ  ଡିଗ୍ରୀ ଯାଏ କମିବ । ୧୫ ତାରିଖରୁ  ଉତ୍ତର-ପଶ୍ଚିମ ଭାରତରୁ ଓଡ଼ିଶାକୁ  ପଶ୍ଚିମା ବାୟୁ ପ୍ରବାହ ହେବ । ସେହିଭଳି  ୧୬ ତାରିଖରେ ତାମିଲନାଡୁ ଉପକୂଳରେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା  ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ ବୋଲି ସୋଆ  ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି । 

୧୭  ତାରିଖଠାରୁ ରାଜ୍ୟରେ ରାତି ତାପମାତ୍ରା  ୨ରୁ ୪ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ  କରିଛି । ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟର କିଛି ସ୍ଥାନରେ ଘନ କୁହୁଡ଼ି  ଦୃଶ୍ୟମାନ ହୋଇପାରେ । ଝାରସୁଗୁଡ଼ା,  ଗଞ୍ଜାମ, କଳାହାଣ୍ଡିରେ ହାଲୁକାରୁ ମଧ୍ୟମ  ଧରଣର କୁହୁଡ଼ି ଦେଖା ଦେଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି ।

ଗୁରୁବାର ବାରିପଦାରେ  ତାପମାତ୍ରା ୧୧.୬, ଢେଙ୍କାନାଳ ଓ  କୋରାପୁଟରେ ୧୨, ତାଳଚେର ଓ  ବଲାଙ୍ଗିରରେ ୧୨.୬, ସୋନପୁରରେ ୧୩, ବାଲେଶ୍ୱରରେ ୧୩.୧, କଟକରେ  ୧୩.୪, ହୀରାକୁଦରେ ୧୩.୭,  ଟିଟିଲାଗଡ଼ରେ ୧୩.୮, କେନ୍ଦ୍ରାପଡ଼ାରେ  ୧୪.୨, ରାୟଗଡ଼ାରେ ୧୪.୬ ଓ  ଜଗତସିଂହପୁରରେ ୧୪.୮ ଡିଗ୍ରୀ  ସେଲସିୟସ୍‌ ରହିଥିଲା । 

ଗତ ୨୪ ଘଣ୍ଟାରେ ଶିମିଳିପାଳରେ  ତୁଷାରପାତ ହୋଇଛି । ଶିମିଳିପାଳରେ  ଘନ କୁହୁଡ଼ିର ଆସ୍ତରଣ ପଡୁଛି ।  ତୁଷାରପାତ ଯୋଗୁ ଗଛ ଓ ଘାସଲତାରେ  ବରଫର ଚାଦର ଥିବା ଭଳି ପ୍ରତୀୟମାନ  ହେଉଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ  କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ,  ଉପର ବାର୍ହାକାମୁଡ଼ାରେ ସର୍ବନିମ୍ନ  ତାପମାତ୍ରା ୩ ଡିଗ୍ରୀ ସେଲସିୟସ  ରେକର୍ଡ କରାଯାଇଥିବା ବେଳେ  ଚହଲାରେ ୪ ଡିଗ୍ରୀ, ବରେହିପାଣିରେ  ୭ ଡିଗ୍ରୀ, ଗୁଡୁଗୁଡ଼ିଆରେ ୭  ଡିଗ୍ରୀ, ରାମତୀର୍ଥରେ ୧୦ ଡିଗ୍ରୀ ଓ  କିଆଝରୀରେ ୧୨ ଡିଗ୍ରୀ ସେଲସିୟସ୍‌  ତାପମାତ୍ରା ରେକର୍ଡ କରାଯାଇଛି।

  • PrameyaOdia
  • prameya
  • Weather update
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.