ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆକାଶ ମେଘମୁକ୍ତ ଥିବାରୁ ବଢୁଛି ତାତି, ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡ: ଏବେ ବି ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

Published By : Prameya | October 1, 2024 7:29 AM

ଭୁବନେଶ୍ୱର,୦୧/୧୦: ଟାଏଁ  ଟାଏଁ ଖରା । ବାହାରେ ଅଧିକ ସମୟ ରହିଲେ ଅସ୍ତବ୍ୟସ୍ତ ଲାଗୁଥିଲା। ଖରାଦିନ ଭଳି ଗରମ ଓ ଗୁଳୁଗୁଳି ଅନୁଭବ  ହେଉଥିଲା। ପାରଳାଖେମୁଣ୍ଡିରେ ୩୬.୮  ଓ ଭୁବନେଶ୍ୱରରେ ତାତି ୩୬.୨ ଡିଗ୍ରୀରେ  ପହଞ୍ଚି ଯାଇଥିଲା । ଅଧିକାଂଶ  ସ୍ଥାନରେ ୩୫ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର ଓ ପୁରୀରେ  ତାପମାତ୍ରା ସ୍ୱାଭାବିକଠାରୁ  ୩ଡିଗ୍ରୀ ଅଧିକ ରହିଥିଲା ।

ରାଜ୍ୟର ବିଭିନ୍ନ  ସ୍ଥାନରେ ଆଜି ଅଧିକ  ତାତି ଅନୁଭୂତ ହୋଇଛି ।  ଦିନ ୧୨ଟାରୁ ଟାଣ ଖରା ଯୋଗୁ  ଡହଡହ ତାତି ହୋଇଥିଲା । ବାହାରକୁ  ଗଲେ ଖରାଦିନିଆ ତାତି ଭଳି ଅନୁଭବ  ହେଉଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ  ୩୬.୮ ଡିଗ୍ରୀ ଓ ଭୁବନେଶ୍ୱରରେ ୩୬.୨ ଓ ଜଗତ୍‌ସିଂହପୁରରେ ୩୬ଡିଗ୍ରୀ ତାତି  ରେକର୍ଡ ହୋଇଥିଲା । ବାଲେଶ୍ୱରରେ ୩୫.୯, ଚାନ୍ଦବାଲିରେ  ୩୫.୮, ଝାରସୁଗୁଡ଼ାରେ ୩୫.୮,  ପୁରୀରେ ୩୫.୭, ସୋନପୁର ଓ  ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ  ୩୫.୨, ଅନୁଗୁଳରେ ୩୫.୧, ବାରିପଦା,  ଭବାନୀପାଟଣା ଓ କଟକରେ ୩୫,  କେନ୍ଦ୍ରାପଡ଼ାରେ ୩୪.୮, ସୁନ୍ଦରଗଡ଼ରେ ୩୪.୫ଡିଗ୍ରୀ ତାତି ଅନୁଭୂତ ହୋଇଛି । 

ଭୁବନେଶ୍ୱରରେ ତାତି ସ୍ୱାଭାବିକଠାରୁ ସାଢ଼େ  ୩.୩ ଡିଗ୍ରୀ ଅଧିକ  ଥିଲା । ବାରିପଦାରେ  ୨ ଓ ଅନୁଗୁଳରେ  ସ୍ୱାଭାବିକଠାରୁ ୧.୮ଡିଗ୍ରୀ ଅଧିକ ରହିଛି । ଅନେକ  ସ୍ଥାନରେ ରାତି ତାପମାତ୍ରା ବି  ସ୍ୱାଭାବିକଠାରୁ ଅଧିକ ରହିଛି । ଚାନ୍ଦବାଲିରେ  ୨.୪, ବାରିପଦାରେ ୨ଡିଗ୍ରୀ ଅଧିକ ରହିଛି । 

ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ  ଆର୍ଦ୍ରତା ଅଧିକ ରହିଥିଲା । ସକାଳ ସାଢ଼େ ୮ଟାରେ ହୀରାକୁଦରେ ୮୯% ଆର୍ଦ୍ରତା  ଥିଲା । ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଅଧିକ ତାତି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି  କହିଛନ୍ତି, ଏବେ କୌଣସି ଲଘୁଚାପ ସୃଷ୍ଟିର ସୂଚନା ନାହିଁ। ଆକାଶ ମେଘମୁକ୍ତ ଅଛି । ଏଥିପାଇଁ ଖରା ଅଧିକ ହେବାରୁ ତାତି ଅନୁଭୂତ ହୋଇଥିଲା। ତେବେ ମୌସୁମୀ ବର୍ଷା ସତ୍ତେ୍ୱ ୪ ଜିଲ୍ଲାରେ ଏବେ ବି ବର୍ଷା ନିଅଣ୍ଟିଆ ରହିଛି । ଭଦ୍ରକରେ ୨୭%, ଦେବଗଡ଼ରେ ୨୩%, ଝାରସୁଗୁଡ଼ାରେ ୨୨% ଓ କେନ୍ଦୁଝରରେ ୨୧% ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର  ୩୦ ତାରିଖ ଯାଏ ମୋଟ ୧୦୯୨ ମିମି ବର୍ଷା  ହୋଇଛି ।ରାଜ୍ୟରେ ମାତ୍ର ୫% ନିଅଣ୍ଟିଆ  ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ  ତଥ୍ୟ ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.