ପ୍ରମୂଖ ଖବର
  • ନଭେମ୍ଵର ଓ ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ, ରାଜ୍ୟ କଂଗ୍ରେସର ହେବ ବିଶାଳ କାର୍ଯ୍ୟକ୍ରମ
  • ||
  • କନ୍ଧମାଳ : ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ୫ ଦିନ ହେଲା ଥିଲେ ନିଖୋଜ
  • ||
  • ନବରଙ୍ଗପୁର : ସାମ୍ବାଦିକଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ, ୩ ବେପାରୀଙ୍କୁ ବାନ୍ଧିଲା ପୁଲିସ
  • ||
  • ନିଶାମୁକ୍ତ ହେବ ରାଜଧାନୀ: ନିଶା ବେପାରୀଙ୍କୁ ମିଳିବନି ନିସ୍ତାର, ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’
  • ||
  • ବନ୍ୟାରେ ଭାସି ଯାଇଥିଲେ ଯୁବକ, ଗାଁ ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • ପୁରୁଷୋତ୍ତମ ଏକ୍ସପ୍ରେସ ଶୌଚାଳୟରୁ ଯୁବକଙ୍କ ମୃତଦେହ ଠାବ, ତଦନ୍ତ ଆରମ୍ଭ କଲା ଜିଆର୍‌ପି
  • ||
  • ଦେଶର ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ, ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ସର୍ଭେରେ ମିଳିଲା ଅଷ୍ଟମ ସ୍ଥାନ
  • ||
  • ଟାରିଫ୍‌କୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା; ଶୁଳ୍କକୁ ବେଆଇନ କହିଲେ ୟୁଏସ୍ କୋର୍ଟ
  • ||
  • ୩୧ରୁ ବଢ଼ିବ ବର୍ଷା, ସେପ୍ଟେମ୍ବର ୩ ଯାଏ ଦେଖାଇବ ପ୍ରକୋପ: ଆଜି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ
  • ||

ସୁବର୍ଣ୍ଣରେଖାରେ ପଞ୍ଚମ ଥର ବନ୍ୟା; ଅପରାହ୍ଣ ସୁଦ୍ଧା ୧୧.୪୦ ମିଟର ଟପିବା ସମ୍ଭାବନା

Published By : Harapriya Sethi | August 24, 2025 7:56 AM

ବାଲେଶ୍ୱର, ୨୪/୦୮: ଲଘୁଚାପ ବର୍ଷା ଯୋଗୁଁ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ୧୧.୪୦ ମିଟର ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ରହିଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲ୍ଲାର ତହସିଲଦାର, ବିଡିଓଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ତତ୍କାଳୀନ VC କରି ସମୀକ୍ଷା କରିଛନ୍ତି । ବର୍ତ୍ତମାନ ୩ଟି SRC ବୋଟ୍ ଅଧିକ କ୍ଷତିଗ୍ରସ୍ତ ସଂଭାବନା ଥିବା ଜାଗାରେ ନିୟୋଜିତ ଅଛି । ଦୁଇଟି ଓଡ୍ରାଫ ଦଳ ମୁଖ୍ୟାଳୟରେ ପ୍ରସ୍ତୁତ ରହିଛି । ଆଉ ୨ଟି ଟିମ୍ ପାଇଁ ଆବେଦନ ହୋଇଛି।

ଜିଲ୍ଲାପାଳ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଷ୍ଟକ୍ ଅବସ୍ଥା ଯାଞ୍ଚ କରିଛନ୍ତି । CDVOଙ୍କୁ ସଚେତନ କରାଯାଇଛି । ନିକଟରେ ଯେଉଁ ରାସ୍ତା କିମ୍ବା ବନ୍ଧ ପାଣି ସାମାନ୍ୟ ଧୋଇହୋଇଛି, ତାକୁ ତୁରନ୍ତ ବାଲି ବନ୍ଧ ଦିଆଯିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ପ୍ରଖର ସ୍ରୋତ ଥିବା ଖୋଲା ରାସ୍ତାରେ ବାରିକ୍ୟାଡ୍ କରିବା ପାଇଁ ନିର୍ଦ୍ଦେଶ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.