ପ୍ରମୂଖ ଖବର
  • ନଭେମ୍ଵର ଓ ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ, ରାଜ୍ୟ କଂଗ୍ରେସର ହେବ ବିଶାଳ କାର୍ଯ୍ୟକ୍ରମ
  • ||
  • କନ୍ଧମାଳ : ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ୫ ଦିନ ହେଲା ଥିଲେ ନିଖୋଜ
  • ||
  • ନବରଙ୍ଗପୁର : ସାମ୍ବାଦିକଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ, ୩ ବେପାରୀଙ୍କୁ ବାନ୍ଧିଲା ପୁଲିସ
  • ||
  • ନିଶାମୁକ୍ତ ହେବ ରାଜଧାନୀ: ନିଶା ବେପାରୀଙ୍କୁ ମିଳିବନି ନିସ୍ତାର, ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’
  • ||
  • ବନ୍ୟାରେ ଭାସି ଯାଇଥିଲେ ଯୁବକ, ଗାଁ ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • ପୁରୁଷୋତ୍ତମ ଏକ୍ସପ୍ରେସ ଶୌଚାଳୟରୁ ଯୁବକଙ୍କ ମୃତଦେହ ଠାବ, ତଦନ୍ତ ଆରମ୍ଭ କଲା ଜିଆର୍‌ପି
  • ||
  • ଦେଶର ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ, ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ସର୍ଭେରେ ମିଳିଲା ଅଷ୍ଟମ ସ୍ଥାନ
  • ||
  • ଟାରିଫ୍‌କୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା; ଶୁଳ୍କକୁ ବେଆଇନ କହିଲେ ୟୁଏସ୍ କୋର୍ଟ
  • ||
  • ୩୧ରୁ ବଢ଼ିବ ବର୍ଷା, ସେପ୍ଟେମ୍ବର ୩ ଯାଏ ଦେଖାଇବ ପ୍ରକୋପ: ଆଜି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ
  • ||

କାଂଶବାଂଶ ନଦୀରେ ଭାସିଗଲେ ବୃଦ୍ଧା; ସର୍ଚ୍ଚ ଅପରେସନ ଚଳାଇଛି ଅଗ୍ନିଶମ ବାହିନୀ

Published By : Anindita Ratha | August 24, 2025 2:49 PM

ବାଲେଶ୍ୱର,୨୪/୦୮:  କାଂଶବାଂଶ ନଦୀରେ ଭାସି ଯାଇ ବୃଦ୍ଧା ନିଖୋଜ। ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ଅଗ୍ନିଶମ ବାହିନୀ । ବାଲେଶ୍ୱର ଜିଲ୍ଲା ଖଇରା ଥାନା  କୁରୁଣ୍ଟା ପଞ୍ଚାୟତ ଅଧିନ ରାଈକୁଳା ଗାଁରୁ ସାମ୍ନାକୁ ଏହି ଘଟଣା।  ନିଖୋଜ ବୃଦ୍ଧା ଜଣକ ହେଲେ ଶୁକୁଟି ମାଝୀ । 

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଘର ପାଖରେ ଥିବା କାଂଶବାଂଶ ନଦୀକୁ ଶୌଚ ହେବାକୁ ଯାଇଥିଲେ। ହେଲେ ଆଉ ଫେରିନଥିଲେ । ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ନେଇ ପରିବାର ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଖଇରା ଓ ଅଡ଼ା ଦମକଳ ବାହିନୀ ଟିମ୍ ପହଞ୍ଚି ବୋଟ୍ ସାହାଯ୍ୟରେ ନଦୀରେ ଖୋଜିବାରେ ଲାଗିଛନ୍ତି। ହେଲେ ଏପର୍ଯ୍ୟନ୍ତ ବୃଦ୍ଧାଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ବର୍ଷା ଯୋଗୁଁ କାଂଶବାଂଶ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଦମକଳ ବାହିନୀକୁ ଖୋଜିବାରେ ବିଳମ୍ବ ହେଉଥିବା ନେଇ ଜଣାପଡିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.