ନୀଳଗିରି ,୨୭/୮ : ଉତ୍ସବମୁଖର ଥିଲା ସ୍କୁଲ ପରିସର। ସାଙ୍ଗସାଥୀରେ ପିଲାମାନଙ୍କ ସାଥିରେ ଗୀତର ତାଳେ ତାଳେ ନାଚୁଥିଲେ ନବମ ଶ୍ରେଣୀରେ ଛାତ୍ର ପ୍ରୀୟାଂଶୁ। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ପଡ଼ିଯାଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଦୌଡି ଆସିଥିଲେ। ମାତ୍ର ସେହିଠାରେ ଛାତ୍ରଟିର ପ୍ରାଣବାୟୁ ଉଡ଼ିଯାଇଥିଲା। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ୍ ସିଆଡିମାଳ ପଞ୍ଚାୟତ ସିଆଡିମାଳ ଗ୍ରାମରେ।
ଗ୍ରାମର ଲକ୍ଷ୍ମୀନାରାୟଣ ଦାସ ବାବୁଙ୍କ ୟ ପୁଅ ପ୍ରିୟାନ୍ସୁ ପ୍ରିତମ ନିକଟସ୍ଥ ଜଡ଼ିଦା ରାଧାମାଧବ ଜୀଉ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି। ଗଣେଶ ଚତୁର୍ଥୀ ଅବସରରେ ଗଜାନନଙ୍କ ପୂଜାରେ ସେ ସାମିଲ ହୋଇଥିଲେ। ପୂଜାସାରି ସାଙ୍ଗସାଥିଙ୍କ ସହିତ ଖେଳୁଥିବା ବେଳେ ହଠାତ୍ ଗଣେଶଙ୍କ ବିଗ୍ରହ ସମ୍ମୁଖରେ ପଡିଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାଙ୍ଗସାଥୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପରିବାର ଲୋକେ ଦୁଃଖରେ ମୀୟମାଣ ହୋଇପଡିଛନ୍ତି। ବାପା ଲକ୍ଷ୍ମୀନାରାୟଣ ଏବଂ ମାଆ ମାଳତୀ ଦାସବାବୁଙ୍କର ଦୁଇ ପୁଅ ମଧ୍ୟରୁ ପ୍ରୀୟାନ୍ସୁ ବଡ଼ପୁଅ ଥିଲେ।ଏଭଳି ଦୁଃଖଦ ଘଟଣା ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋଜର ଛାୟା ଖେଳିଯାଇଛି।