କୋଣାର୍କ, ୨୮/୧୦: ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲେ କରମଙ୍ଗା ଗ୍ରାମବାସୀ ଓ ବିଶ୍ବହିନ୍ଦୁ ପରିଷଦ । ଏହି ଘଟଣାରେ ୪ଟି ଗାଈ ଉଦ୍ଧାର ହେବା ସହ ଗାଡ଼ିର ଡ୍ରାଇଭର ଏବଂ ଗୋରୁ ଚାଲାଣ କରୁଥିବା ବ୍ୟକ୍ତି ଅଟକ ଅଛନ୍ତି । ପୁରୀ ଜିଲ୍ଲା କୋଣର୍କ ବ୍ଲକ୍ ଅନ୍ତର୍ଗତ ୪ ନମ୍ୱର ୱାର୍ଡ କରମଙ୍ଗା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କରମଙ୍ଗା ଗାଁ ଦେଇ ଏକ ଡାଲା ଅଟୋରେ ୪ଟି ଗାଈ ଚାଲଣ ହେଉଥିଲା । ଏନେଇ ପୂର୍ବରୁ ଖବର ପାଇଥିଲେ ଗ୍ରାମବାସୀ । ଖବର ପାଇ କରମଙ୍ଗା ଗ୍ରାମବାସୀ ଓ ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ ଏକତ୍ର ହୋଇ ୪ ଟି ଗାଈ ସହ ଗାଡିକୁ ରୋକିଥିଲେ । ପରେ ଏହି ଘଟଣା ସମ୍ୱନ୍ଦରେ ପୋଲିସକୁ ଖବର ଦେଇଥିଲେ । ଏହାରି ଭିତରେ ଉକ୍ତ ଗାଡ଼ିର ଡ୍ରାଇଭର ଖସି ପଳାଉ ଥିବାବେଳେ ତାକୁ କାବୁ କରିଥଲେ ଗ୍ରାମବାସୀ । କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜ୍ରାଇଭରକୁ ପୋଲସ ଜିମାରେ ଦେଇଥିଲେ ଗ୍ରାମବାସୀ । କୋଣାର୍କ ପୋଲିସ ୪ଗାଈ ସହ ଚାଳକ ଏବଂ ଗୋରୁ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ତେବେ ଗୋ ମାତା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋ ମତାଙ୍କୁ ସୁରକ୍ଷା ଦେବା ସହ ଗୋ ଚାଲଣ ବନ୍ଦ କରିବାକୁ ବିଶ୍ୱହିନ୍ଦୁ ପରିଷଦ ଦାବି କରିଛନ୍ତି ।