କର୍ଲାମୁଣ୍ଡା, ୨୩/୫( ଆପ୍ର): କର୍ଲାମୁଣ୍ଡା ବ୍ଲକର ସର୍ବ ପୁରାତନ ଫାଣ୍ଡିରେ ନୂତନ ଭାବରେ ଯୋଗଦାନ କରିଥିବା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କୁ ରିଷିଡା ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଏକ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛିl ଏଥିରେ କମିଟି ସଭାପତି ନନ୍ଦକିଶୋର ରଣା, ସମ୍ପାଦକ ନରୋତ୍ତମ ସେଲମା, ଉପ ସଭାପତି ପ୍ରମୋଦ କୁମାର ସାହୁ,ଉପଦେଷ୍ଟା ଅନ୍ତର୍ଯ୍ୟାମୀ ସାହୁ,ସରପଞ୍ଚ ସେବତୀ ରଣା,ସଦସ୍ୟ ସତ୍ୟନାରାୟଣ କୁମାର, ଭୋଳାନାଥ ମହାନନ୍ଦ, ସୁଶାନ୍ତ ମଲ୍ଲିକ, ହୃଦାନନ୍ଦ ମଲ୍ଲିକ,ମନୋଜ ରଣା, ପ୍ରମୁଖ ଯୋଗଦେଇଥିଲେl କମିଟି ପକ୍ଷରୁ ଉତ୍ତରୀୟ ଦେଇ ଶ୍ରୀ ବିଡ଼ିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଅଞ୍ଚଳରେ ଆଇନ ଶୃଙ୍ଖଳା, ଫାଣ୍ଡିର ସାମଗ୍ରୀକ ବିକାଶ ଉପରେ ଆଲୋଚନା ହୋଇଥିଲାl ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀ ବିଡ଼ିକା ସମସ୍ତଙ୍କ ସହଯୋଗ କାମନା କରିଥିଲେl

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ...