କୋକସରା,୨୪।।୫: ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁଙ୍କୁ କୋକସରାଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶନିବାର କୋରାପୁଟ ଗସ୍ତ କାର୍ଯ୍ୟକ୍ରମରେ ଯାଉଥିବା ବେଳେ କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୋକସରା କଂଗ୍ରେସ କାର୍ଯ୍ୟାଳୟ ଛକ ନିକଟରେ ଦୁଇ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ଲିଙ୍ଗରାଜ ବେହେରା,ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା,ମାର୍କଣ୍ଡ ବେମାଲ, ନିମାଇଁ ଧଙ୍ଗଡା ମାଝୀ,କାମଦେବ ଧଙ୍ଗଡା ମାଝୀ,ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ବ୍ଲକ ଆବାହକ ଅରୁଣ କୁମାର ମାଝୀ, ତ୍ରିଭୁବନ ନାଏକ, ମହେନ୍ଦ୍ର ଧରୁଆ, ମୋଟେର ଜୋନ୍ ସଭାପତି ଯତୀନ୍ଦ୍ର ଦଳେଇ, ଆମପାଣି ଜୋନ୍ ସଭାପତି ହରିଶ୍ଚନ୍ଦ୍ର ନାଏକ, କୋକସରା ଜୋନ୍ ସଭାପତି କମଳ ଲୋଚନ ନାଏକ, ଧନେଶ୍ୱର ମହାନନ୍ଦ, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ହେମନ୍ତ ବାଗ,ଭାରତୁ ନାଏକ, ଲିଟୁ ମହାନନ୍ଦ, ଜିଲ୍ଲା ନାରିନେତ୍ରୀ ରଶ୍ମିରେଖା ରାଉତ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ପ୍ରଧାନୀ, ଫୁଲତୋଳା ଖମାରି,ମାଧୁରୀ ନିଆଳ ସମେତ କଂଗ୍ରେସର ଶତାଧିକ କର୍ମୀ ଦୁଇ କଂଗ୍ରେସ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।