ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଘରୁ ମିଳିଲା ଡାକ୍ତରଙ୍କ ସହ ପରିବାରର ୫ ଜଣଙ୍କ ମୃତଦେହ, ତଦନ୍ତ ପରେ ପୋଲିସ କହିଲା ମୃତ୍ୟୁର କାରଣ

ବିଜୟଓ୍ବାଡା,୧।୫: ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ପରେ ଡାକ୍ତରଙ୍କ ଆତ୍ମହତ୍ୟା।ଏଭଳି ଏକ ଘଟଣା ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରେ ସାମନାକୁ ଆସିଛି। କୁହାଯାଉଛି ଯେ, ଡାକ୍ତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏହି କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି।  ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ  ପହଁଞ୍ଚି  ମୃତଦେହକୁ ଜବତ କରିଛି। ମୃତକ ୪ ଜଣଙ୍କର ବେକର କଟାଯାଇଛି ଓ ଡାକ୍ତର ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଥିରୁ ଲାଗୁଛି ଏହି ଘଟଣା ସୋମବାର ରାତିରେ ଘଟିଛି। 

ଘର ଭିତରୁ ଯେଉଁ ଲୋକଙ୍କର ମୃତଦେହ ମିଳିଛି, ତାଙ୍କ ଭିତରେ ଡାକ୍ତର ଡି. ଶ୍ରୀନିବାସ(୪୦) ଯିଏକି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀ ଉଷା ରାଣୀ(୩୮), ତାର ଛୋଟ ଛୋଟ ପୁଅ-ଝିଅ। ଓ ଡାକ୍ତରଙ୍କ ୭୦ ବର୍ଷୀୟ ମା’ ଡି ରାମନମ୍ମା ରହିଛି। ୪ ଜଣଙ୍କ ବେଳର ଧମନୀ କଟାଯାଇଛି। ପୋଲିସ ପ୍ରାଥମିକ ତଦନ୍ତ କରିବା ପରେ କହିଛି, ଡାକ୍ତର ନିଜେ ୪ ଜଣଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। 

ଡିସିପିଙ୍କ କହିବା ଅନୁସାରେ, ଡି ରାମନମ୍ମା ଜଣେ ଅର୍ଥୋପେଡିକ୍ ଡାକ୍ତର ଥିଲେ। ସେ ବୋଧହୁଏ ଆର୍ଥିକ ସଙ୍କଟରେ ଥିଲେ। ଏହି କାରଣରୁ ନିକଟରେ ନିଜ ହସ୍ପିଟାଲକୁ ବିକ୍ରି କରିଦେଇଥିଲେ। ଘଟଣାର ରାତିରେ ଡାକ୍ତର ଶ୍ରୀନିବାସ ନିଜ ପଡୋଶୀଙ୍କୁ ତାଙ୍କ କାର ଚାବି ଦେଇଥିଲେ। ସେ ଚାବି ତାଙ୍କ ଭାଇକୁ ଦେଇ ଦେବାକୁ କହିଥିଲେ। କାରଣ ସେମାନେ ପୁରା ପରିବାର କୁଆଡେ ବାହାରକୁ ଯାଉଛନ୍ତି। ଏହି ଘଟଣାରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.