ଭୁବନେଶ୍ୱର, ୨୩/୦୭: ଭିଜିଲାନ୍ସ ଜାଲରେ BMCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଜଗନ୍ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ଏହି ରେଡରେ ୬ଜଣ ଡିଏସପି, ୧୦ ଜଣ ଇନିସ୍ପେକ୍ଟର ଏବଂ ଆନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।
ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ବଡ଼ଗଡ଼ ସ୍ଥିତ ଏକ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାରେ ଏକ ଫାର୍ମ ହାଉସ୍, ରାୟଗଡ଼ାର ଗୁଣୁପୁରରେ ପୈତୃକ ଘର ଏବଂ ବିଏମସିରେ ଥିବା ତାଙ୍କ ଅଫିସ୍ ରୁମ୍ରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି ।