ପ୍ରମୂଖ ଖବର
  • ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ପୁରୀ ଜିଲ୍ଲାପାଳ
  • ||
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ରାଜଧାନୀରେ କଂଗ୍ରେସ ବିରୋଧୀ ପୋଷ୍ଟର; ପିସିସି ସଭାପତିଙ୍କ ଇସ୍ତଫା ଦାବି

Published By : Rasmita Pradhan | July 22, 2025 2:37 PM

ଭୁବନେଶ୍ୱର, ୨୨/୭ : ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଉଦିତ୍ ପ୍ରଧାନ ଗିରଫ ହେବାପରେ କଂଗ୍ରେସ ବଦନାମ ମୁଣ୍ଡାଇଛି। ଏହି ଘଟଣା ପରେ ଭୁବନେଶ୍ଵରରେ କଂଗ୍ରେସ ବିରୋଧୀ ପୋଷ୍ଟର ଛାଇ ଯାଇଛି। ପିସିସି ସଭାପତିଙ୍କ ଇସ୍ତଫା ଦାବି ସହ ଛାତ୍ର କଂଗ୍ରେସକୁ ବୟକଟ୍ ଲେଖାଥିବା ମାଳ ମାଳ ପୋଷ୍ଟର ଛକ ଛକରେ ଲାଗିଛି। ଏହି ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ଫଟୋ ଥିବାବେଳେ ଜଣେ ଦେଶଦ୍ରୋହୀ ଏବଂ ଅନ୍ୟ ଜଣେ ବଳାତ୍କାରୀ ବୋଲି ଲେଖାଯାଇଛି। ତେବେ ଏହି ପୋଷ୍ଟର କିଏ ଲଗାଇଛି ତାହା ଜଣାପଡ଼ି ନାହିଁ।  

ପ୍ରକାଶ ଥାଉକି, ଜଣେ ଯୁବତୀଙ୍କୁ କୋଲ୍ଡଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି। ଉଦିତ ଗିରଫ ହେବା ପରେ ତାଙ୍କୁ କଂଗ୍ରେସରୁ ନିଲମ୍ଵିତ କରାଯାଇଛି। ଏହି ଘଟଣାର ଅନୁଧ୍ୟାନ ପାଇଁ  ପିସିସି ସଭାପତି ଭକ୍ତ ଚରଣ ଦାସ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ପିସିସି ଉପସଭାପତି ସସ୍ମିତା ବେହେରାଙ୍କୁ ଅଧ୍ୟକ୍ଷା କରାଯାଇଥିବା ବେଳେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ଡ.ଦେବସ୍ମିତା ଶର୍ମା, ସୋନାଲି ସାହୁ, ଜୟଶ୍ରୀ ପାତ୍ର,ଡ. ମନିଶା ଦାସ ପଟ୍ଟନାୟକ ରହିଛନ୍ତି। ଉକ୍ତ କମିଟି ଖୁବ୍‌ଶୀଘ୍ର ଅଭିଯୋଗ କରିଥିବା ପୀଡ଼ିତାଙ୍କୁ ଭେଟିବା ସହିତ ଆଲୋଚନା କରିବେ। ଏକ ରିପୋର୍ଟ ପ୍ରସ୍ତୁତ କରି ପିସିସି ସଭାପତିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.