ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ନକଲି ସାର ଅଭିଯୋଗରେ ଗାଡ଼ି ଜବତ ; ବିକ୍ରେତା ଥାନାରେ ଅଟକ

Published By : Gurupada Nath | August 2, 2025 10:53 PM

ମନମୁଣ୍ଡା,୨/୮ : ବର୍ତ୍ତମାନ ଖରିଫ ଚାଷ ସମୟ । ସାରର ବହୁତ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଅନେକ  ବିକ୍ରେତାମାନେ ସାରକୁ ଗୋଦାମରେ ଗଚ୍ଛିତ ରଖି ଅଭାବ ଥିବା ଦର୍ଶାଇ ଚଢ଼ା ଦରରେ ସାର ବିକ୍ରୟ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ଶୁଣିବାକୁ ମିଳୁଛି । ଠିକ୍ ସମୟରେ ବିଲରେ ସାର ନ ଦେଲେ ଫସଲ ନଷ୍ଟ ହେବାର ଆଶଙ୍କା କରି ନିରୀହ ଚାଷୀମାନେ ଚଢ଼ା ଦରରେ ସାର କ୍ରୟ କରିବାକୁ ବାଧ୍ୟ ହେଉଥିବା ଜାଣିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ ସମୟରେ ମନମୁଣ୍ଡା ଥାନା ଅଞ୍ଚଳରେ ଭେଜାଲ ତଥା ମାଟି, ଗୋଡ଼ି ମିଶ୍ରିତ ନକଲି ସାର ବିକ୍ରୟ ହେଉଥିବା ଜାଣିବାକୁ ମିଳିଛି । ଏପରି ଏକ ଘଟଣା ଆଜି ଏହି ଥାନା ମନୁପାଲି ପଞ୍ଚାୟତରେ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। 

ସୂଚନା ଅନୁସାରେ, କିଛି ଦିନ ହେବ ଏକ ବୋଲେରୋ ପିକ ଅପ ଗାଡ଼ିରେ ହିନ୍ଦୀ ଭାଷାରେ କହୁଥିବା କେତେକ ଲୋକ ମନମୁଣ୍ଡା ଥାନା ଅଞ୍ଚଳରେ  ' ଉତ୍ତମ କିଶାନ ' ସାର ଏବଂ ' ପଟାସ ' ବଜାର ମୂଲ୍ୟ ଠାରୁ କମ୍ ଦରରେ ବିକ୍ରି କରୁଥିବା ଦେଖି ଅନେକ ଚାଷୀ ଲୋଭରେ ପଡ଼ି ତାହା କ୍ରୟ କରିଥିଲେ। ଅନ୍ୟ ଚାଷୀମାନଙ୍କ ପରି ମନୁପାଲି ଗ୍ରାମର ଶ୍ୟାମ ସୁନ୍ଦର ମଲ୍ଲିକ ଏବଂ ପୁଡୁଗପଥର ଗ୍ରାମର ବୀରମିତ୍ର ଭୋଇ ଶୁକ୍ରବାର ଉକ୍ତ ଗାଡ଼ି ବାଲାଠାରୁ ୭ବସ୍ତା ଉତ୍ତମ କିଶାନ ସାର ଏବଂ ୨ବସ୍ତା କିଣିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.