ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଅଙ୍ଗନବାଡ଼ି ଶିଶୁଙ୍କୁ ପୋକରା ଚାଉଳ ଭାତ ପ୍ରଦାନ, ତାଲା ପକାଇଲେ ଉତ୍ତ୍ୟକ୍ତ ମହିଳା

Published By : Gurupada Nath | August 2, 2025 7:42 PM

ଦାରିଙ୍ଗବାଡି,୨/୮ : ପୋକ ସାଲୁବାଲୁ ଚାଉଳରୁ ଭାତ ପ୍ରସ୍ତୁତ କରି କୋମଳମତି ଶିଶୁଙ୍କୁ ଖାଇବାକୁ ଦେଉଛନ୍ତି ଅଙ୍ଗନବାଡ଼ି ଦିଦି । ଏଭଳି କି ଶିଶୁଙ୍କୁ ଗୋଟିଏ ଅଣ୍ଡା ଜାଗାରେ ଫାଳେ ଅଣ୍ଡା ଦେବା ସହ ପିଲାଙ୍କୁ ଅଙ୍ଗନବାଡ଼ିରେ ଆଡ଼ମିଶନ କରିବାକୁ ମନା କରୁଛନ୍ତି । ଗର୍ଭବତୀ ମହିଳାଙ୍କ ରେଜିଷ୍ଟ୍ରେସନ ମଧ୍ୟ ସଠିକ୍ ଭାବେ କରୁନାହାନ୍ତି କର୍ମୀ । ଫଳରେ ଶନିବାର ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖାଦେଇଥିଲା ଅପ୍ରୀତିକର ପରିସ୍ଥିତି । ମହିଳାମାନେ ଉତ୍ୟକ୍ତ ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ପଞ୍ଚାୟତ ମାହାଡଗାଣ୍ଡା ଅଙ୍ଗନବାଡ଼ି-୨ ରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । 

ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଶିବାଜିନି ପ୍ରଧାନ ମନମାନି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଶିଶୁଙ୍କୁ ପୋକ ସାଲୁବାଲୁ ଚାଉଳରେ ପ୍ରସ୍ତୁତ ଅସ୍ୱାସ୍ଥ୍ୟକର ଭାବେ ଭାତ ଦେଉଛନ୍ତି । ପିଲାଙ୍କୁ ଗୋଟିଏ ଅଣ୍ଡା ସ୍ଥାନରେ ଫାଳେ ଆଉ ଯିଏ ବିଳମ୍ବରେ ଆସୁଚି ତାକୁ ଅଣ୍ଡା ଆଦୌ ଦେଉ ନାହାନ୍ତି । ଏଭଳି କି ଗର୍ଭବତୀ ମହିଳାଙ୍କ ରେଜିଷ୍ଟ୍ରେସନ ସଠିକ୍ ଭାବେ କରୁ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ପ୍ରସୂତି ଓ ଗର୍ଭବତୀ ମହିଳାଙ୍କ ପାଇଁ ଯାହା ଖାଦ୍ୟ ଆସୁଛି ସେ ସବୁ ଖାଦ୍ୟକୁ ହଡ଼ପ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ । ଫଳରେ କୁପୋଷଣର ସ୍ବୀକାର ହେଉଛନ୍ତି ଶିଶୁ । ଏଭଳି ଭାବେ ଦୀପ ତଳ ଅନ୍ଧାର ଭଳି ସିଡିପିଓ କାର୍ଯ୍ୟାଳୟଠାରୁ ମାତ୍ର ୨୦୦ମିଟର ଦୂରରେ ରହିଥିବା ଅଙ୍ଗନବାଡ଼ିର ଅବସ୍ଥା ଯଦି ଏମିତି ଉପାନ୍ତ ଅଞ୍ଚଳରେ ରହିଥିବା ଅଙ୍ଗନବାଡ଼ିର ଅବସ୍ଥା କେମିତି ଥିବ ତାହା ଜଳ ଜଳ ହୋଇ ଜଣାପଡ଼ୁଛି ।

କର୍ମୀଙ୍କ ମନମାନିରେ ଅତିଷ୍ଟ ହୋଇ ମହିଳାମାନେ ଉତ୍ୟକ୍ତ ହୋଇ ଅଙ୍ଗନବାଡ଼ି ସହ ଯୁକ୍ତିତର୍କ କରିଥିଲେ । ବାରମ୍ବାର ଅଭିଯୋଗ ପରେ ବି ଅଙ୍ଗନବାଡ଼ି କର୍ମୀ ସୁଧୁରୁ ନ ଥିବା ମହିଳାମାନେ ଅଭିଯୋଗ କରିଥିଲେ । ଅଙ୍ଗନବାଡ଼ି କର୍ମୀ ନିଜର ମନମାନି ଅଧିକ କରିବା ଯୋଗୁଁ ଶନିବାର ବାଧ୍ୟ ହୋଇ ମହିଳାମାନେ କେନ୍ଦ୍ରରେ ତାଲା ପକାଇଛନ୍ତି। ଯେଉଁ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ମହିଳାମାନେ ଜିଦରେ ଅଟଳ ରହିଥିଲେ । ଅଙ୍ଗନବାଡ଼ି କର୍ମୀ ସିବାଜିନି ପ୍ରଧାନଙ୍କୁ ପଚାରିବାରୁ ସେ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ । ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯାଞ୍ଚ କମିଟି ଯାଞ୍ଚ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.