ନରସିଂହପୁର, ୦୨/୦୮ : ମହାଦେବଙ୍କ ପ୍ରତି ଅନାବିଳ ଭକ୍ତି। ୨୧ ଦିନରେ ୫୩୦ କିଲୋମିଟରର ପଦଯାତ୍ରା। କଲିକତାରୁ ଗଙ୍ଗା ଜଳ ଆଣି ଚମ୍ପାନାଥଙ୍କୁ ଜଳାଭିଷେକ କଲେ ୨ କାଉଡ଼ିଆ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ପଞ୍ଚାୟତ ମାନପୁର ଗାଁର ସୁଶାନ୍ତ ପ୍ରଧାନ ଓ ଚମ୍ପାତୋଠ ଗାଁର ଶ୍ରୀଧର ଜେନା ମାନସିକ ପୂରଣ ପାଇଁ ଗଙ୍ଗା ନଦୀରୁ ପାଣି ଭାର ଆଣି ଚମ୍ପେଶ୍ୱର ଚମ୍ପାନାଥଙ୍କୁ ଜଳାଭିଷେକ କରିଛନ୍ତି।
ସୂଚନାନୁଯାୟୀ, ସୁଶାନ୍ତ ଓ ଶ୍ରୀଧର ଗତ ଜୁଲାଇ ମାସ ୧୧ ତାରିଖରେ କଲିକତାର ଗଙ୍ଗାନଦୀ ବାବୁଘାଟରୁ ପାଣି ଭାର ଆଣିଥିଲେ। ଦୀର୍ଘ ୨୧ ଦିନ ଯାଏଁ ୫୩୦ କିଲୋମିଟର ଯାତ୍ରା କରି ୩୧ ତାରିଖରେ ଚମ୍ପେଶ୍ୱରରେ ପହଞ୍ଚିଥିଲେ। ଶ୍ରାବଣ ମାସର ତୃତୀୟ ସୋମବାରରେ ଚମ୍ପାନାଥଙ୍କୁ ଗଙ୍ଗାଜଳରେ ଜଳାଭିଷେକ କରିଥିଲେ।