ସୋର, ୨/୮ : ସୋର ବ୍ଲକ ଦହିସଡା ପଞ୍ଚାୟତ ପାଟଣାସାହି ଗ୍ରାମରେ ବିଦ୍ୟୁତ ସଟ୍ ସର୍କିଟରୁ ନିଆଁ ଲାଗି ଦୁଇ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଆଜି ସନ୍ଧ୍ୟାରେ ଏହି ଗାଁର ସ୍ବର୍ଗତ ଦେବାନନ୍ଦ ଦାସଙ୍କ ଘରେ ବିଦ୍ୟୁତ ସଟ୍ ସର୍କିଟରୁ ନିଆଁ ଲାଗି ଯାଇଥିଲା । ଫଳରେ ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡରରେ ଅଗ୍ନି ସଂଯୋଗ ହୋଇ ଟାଙ୍କିଟି ଫାଟି ଯାଇଥିଲା।
ନିଆଁର ରୂପ ଏତେ ଉଗ୍ର ଥିଲା ଯେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଘରେ ଥିବା ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା । ଉକ୍ତ ପରିବାରଟି ସମ୍ପୂର୍ଣ୍ଣ ଗରିବ ହୋଇଥିବାବେକେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି ।